ବିଶ୍ଵ ପାଇଖାନା ଦିବସ କଣ୍ଟାମାଳ ବ୍ଳକର ବିଭିନ୍ନ ପଞ୍ଚାୟତରେ ପାଳିତ
ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ )ର ସ୍ୱତନ୍ତ୍ର ଅଭିଯାନ

କଣ୍ଟାମାଳ, ୨୦/୧୧:( ପ୍ରଭାତ କୁମାର ସାହୁ) ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ )ର ସ୍ଵତନ୍ତ୍ର ଅଭିଯାନ ନଭେମ୍ବର ୨ରୁ ୧୯ ତାରିଖ ପର୍ଯ୍ୟନ୍ତ କଣ୍ଟାମାଳ ବ୍ଳକର ବିଭିନ୍ନ ପଞ୍ଚାୟତରେ ବିଶ୍ଵ ପାଇଖାନା ଦିବସ ପାଳନ ଅବସରରେ ଶୌଚାଳୟ ନିମନ୍ତେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଓ କାର୍ଯ୍ୟ ଅନୁମତି ପତ୍ର ବଣ୍ଟନ କରାଯାଇଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ପଞ୍ଚାୟତରାଜ ଜଳ ଓ ପରିମଳ ବିଭାଗର ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଘଣ୍ଟାପଡ଼ା ପଞ୍ଚାୟତ ସଭାଗୃହରେ ସରପଞ୍ଚ ଶ୍ରୀମତୀ ରୀତା କହଁରଙ୍କ ଅଧକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ପାତ୍ର ଓ ଗଣମାଧମ ପ୍ରତିନିଧି ପ୍ରଭାତ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ସମୟରେ ପାଇଖାନାର ଆବଶ୍ୟକତା ଉପରେ ଉପସ୍ଥିତ ବ୍ୟକ୍ତିଙ୍କୁ କହିଥିଲେ। ସେହିପରି ମାଷ୍ଟର ଟ୍ରେନର ଶ୍ରୀ ପାତ୍ର ଭାରତ ସରକାରଙ୍କ ମନ୍ତ୍ରାଳୟ ପକ୍ଷରୁ ଜଳ ଓ ପରିମଳ ମିଶନ ଦ୍ଵାରା ପୂର୍ବରୁ ପାଇଖାନା ନିର୍ମିତରୁ ବଞ୍ଚିତ ହିତାଧିକାରୀ ଓ ନୂତନ ହିତାଧିକାରୀଙ୍କୁ ଚିହ୍ନଟ କରି ପୁଣି ପାଇଖାନା ଦିଆଯିବା ନେଇ ବକ୍ତବ୍ୟ ରଖିଥିଲେ।ପରେ ନୂତନ ହିତାଧିକାରୀ ଚିହ୍ନଟ କରି କାର୍ଯ୍ୟପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ସେହିପରି ମାଷ୍ଟର ଟ୍ରେନର ଶ୍ରୀ ପାତ୍ରଙ୍କ ତତ୍ତ୍ଵାବଧାନରେ ବରଗାଁ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ରଣା , ନାରାୟଣପ୍ରସାଦ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ତାରାକାନ୍ତି ମାଝୀ, ଉମା ପଞ୍ଚାୟତର ସରପଞ୍ଚ ଦୌଲଥ ପାଣ୍ଡେ,ଖୁଣ୍ଟିଗୋରା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁନୀତା ମାଝୀ,ଯୋଗିନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଝୁନୁ ପ୍ରଧାନ, ଖଟଖଟିଆ ପଞ୍ଚାୟତର ସରପଞ୍ଚ ଅରବିନ୍ଦ ପାଣ୍ଡେ,କୁଲୁତାଯୋର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଚୁମୁକି ଭୋଇ ଓ ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଗ୍ରାମସଭାରେ ନୂତନ ହିତାଧିକାରୀଙ୍କୁ ପାଇଖାନା ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




