ଆଡ଼ଭାନ୍ସ ଆଇ କେୟାର ହସ୍ପିଟାଲ ତରଫରୁ 36ନଂ ୱାର୍ଡରେ ନିଃଶୁଳ୍କ ଚିକିତ୍ସା ଶିବିର ଆୟୋଜିତ.


ଭୁବନେଶ୍ୱର, ଆଜି ବିଏମସି ୱାର୍ଡ ନମ୍ବର 36ରେ ୱାର୍ଡ ଅଫିସରେ କର୍ପୋରେଟର ଅଲିଅଳି ମଲିକଙ୍କ ନିଷ୍ପତି କ୍ରମେ ଲୋକ ମାନଙ୍କର ସୁବିଧା ପାଇଁ ଏକ ନିଃଶୁଳ୍କ ଆଖି ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା. ଏହି ଚିକିତ୍ସା କେନ୍ଦ୍ରକୁ ମାନ୍ୟବର ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଥିଲେ. ସିନିଅର ବ୍ୟକ୍ତି ଓ ବସ୍ତିବାସିନ୍ଦାଙ୍କ ସୁବିଧା ପାଇଁ 36ନମ୍ବର ୱାର୍ଡରେ ପ୍ରତି ଦୁଇ ମାସରେ ବିଭିନ୍ନ ସ୍ଥାନରେ ହେଲଥ କ୍ୟାମ୍ପ ଆୟୋଜନ କରାଯାଏ ଓ ଆଜି ଆଖି ଚିକିତ୍ସା ପାଇଁ ଆଡ଼ଭାନ୍ସ ଆଏ କେୟାର ହସ୍ପିଟାଲ ସହଯୋଗରେ ଜନସାଧାରଣଙ୍କୁ ଏହି ସୁବିଧା ଦିଆଯାଇଛି ଲୋକଙ୍କ ସେବରେ ମୁ ସବୁବେଳେ ସମର୍ପିତ ବୋଲି କହିଛନ୍ତି କର୍ପୋରେଟର ଅଲିଅଳି ମଲିକ.ଆମେ ଆମେ ନିଜସ୍ୱ ବ୍ୟବସ୍ଥାରେ ବିଭିନ୍ନ ଏନଜିଓ ଓ କର୍ପୋରେଟର ମାନଙ୍କ ଡାକରା ପାଇ ବିଭିନ୍ନ ସ୍ଥାନରେ ଲୋକ ମାନଙ୍କୁ ମୁକ୍ତ ଚିକିତ୍ସା ଯୋଗାଇବା ପାଇଁ କାମକରୁଛୁ ଓ ବିଭିନ୍ନ ସରକାରୀ ସୁବିଧା ଯଥା ବିଏସକେ୍ୱାଇ ଯୋଜନାରେ

ଗରିବ ଲୋକଙ୍କୁ ଚିକିତ୍ସା କରୁଛୁ ବୋଲି କହିଛନ୍ତି ଆଡ଼ଭାନ୍ସ ଆୟେ କେୟାର ହସ୍ପିଟାଲର ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟ. ଏହା ଗୋଟେ ଭଲ ଆୟୋଜନ କରିଛନ୍ତି ଅଲିଅଳି ମ୍ୟାଡ଼ାମ ମୁ ମଧ୍ୟ ଆଖି ପରୀକ୍ଷା ମାଗଣାରେ କଲି ବହୁ ଲୋକ ଆଜି ଫ୍ରି ରେ ଆଖି ପରୀକ୍ଷା ଘର ପାଖରେ କରି ପାରିଛନ୍ତି ଓ ଆଗକୁ ଆମ ୱାର୍ଡରେ ହେଲଥ କ୍ୟାମ୍ପ ଆହୁରି ହୋଇ ସେବା ଯୋଗାଇବାକୁ ବ୍ୟବସ୍ଥା ହେଉ ବୋଲି ଆଶା କରିଛନ୍ତି ସ୍ଥାନୀୟ ବାସିନ୍ଦା ଅକ୍ଷୟ ଦାସ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




