ବାଉଁଶୁଣିରେ ଶିଶୁ ମହୋତ୍ସବ ପତାଙ୍ଗୀ ୨୦୨୩।

ବୌଦ୍ଧ-୧୯-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣିସ୍ଥିତ ସ୍ବେତ୍ସାସେବୀ ଅନୁଷ୍ଠାନ ୱାଇସିଡିଏ କାର୍ଯ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ପତାଙ୍ଗୀ ୨୦୨୩ ରବିବାର ମହା ସମାରୋହରେ ପାଳିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବାଉଁଶୁଣି ସରପଞ୍ଚ ଅଇଁଠୁ ମହାଲିକ ଓ ୱାଇସିଡିଏର ପୂର୍ବ ଉପସଭାପତି ସଦାନନ୍ଦ ମିଶ୍ର ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୫୦ ଜଣ ଶିଶୁ ତଥା କୈଶୋରୀ କୈଶୋର ଅଂଶଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ପ୍ରତିଯୋଗିତା ଓ ସାସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନାଚ ଗୀତର ମଜା ନେଇଥିଲେ | ଏଥିରେ ୩ଟି ବୈଷୟିକ ଅଧିବେଶନର ଆୟୋଜନ କରାଯାଇଥିଲା ଯଥା ଏକ ବିଂଶ ଶତାବ୍ଦୀ ଶିଶୁ ମାନଙ୍କ କ୍ୟାରିୟର ଗଠନ ତଥା ଭବିଷ୍ୟତ ନିର୍ଦ୍ଧାରଣ ଓ ଧନ୍ଦାମୂଳକ ଶିକ୍ଷାର ଆଵଶ୍ୟକତା ଉପରେ ଆଲୋଚନା ହୋଇଥିଲା। ପ୍ରଥମ ଅଧିବେଶନରେ ସମାଜସେବୀ ସୁରଥ ମିଶ୍ର ଓ ବରିଷ୍ଠ ଶିକ୍ଷକ ସଦାନନ୍ଦ ମିଶ୍ର ଆଲୋଚକ ଭାବେ ଯୋଗଦେଇ ଶିଶୁମାନେ କିପରି ସେମାଙ୍କର

ପାଠ୍ୟକ୍ରମ ଚୟନ କରିପାରିବେ ଯାହା ସେମାନଙ୍କୁ ଏକ ସ୍ଥାୟୀ ରୋଜଗାର ଦେବ ଓ ଆତ୍ମନିର୍ଭରଶିଳ ଭାରତ ପାଇଁ କିପରି ନିଜକୁ ପ୍ରସ୍ତୁତି କରିପାରିବେ ତାଉପରେ ଆଲୋକପାତ କରିଥିଲେ | ଦ୍ଵିତୀୟ ଅଧିବେଶନରେ ବୌଦ୍ଧ ବ୍ଲକ ବିଡ଼ିଓ ଅକ୍ଷୟପାଣି ଉଡ୍ଡୁ ଓ ଜିଲ୍ଲା ରେଡ଼କ୍ରସ ସୋସାଇଟି ସମ୍ପାଦକ ପ୍ରବୀର ଦାସ ଯୋଗ ଦେଇ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ କିଶୋରୀ କିଶୋର ମାନେ କିପରି ଭୋଟର ମାନଙ୍କୁ ପ୍ରୋତ୍ସାହିତ କରିପାରିବେ ଏବଂ ନିଜର ପରିବାର କିପରି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କୁ ସଚେତନତା ସହ ସହଯୋଗ କରିବେ ସେବିଷୟରେ ଆଲୋଚନା କରିଥିଲେ। ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର ଜୁନିୟର କଲେଜ ଅଧକ୍ଷ ମାନଭଞ୍ଜନ ତ୍ରିପାଠୀ ୱାଇସିଡିଏ ସମ୍ପାଦକ ରାଜେନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଶିଶୁମାନଙ୍କୁ ଦେଶର ଭବିଷ୍ୟତ ଓ ପରବର୍ତୀ ପିଢ଼ିର ନାଗରିକ ଭାବେ କିପରି ଗଢ଼ା ଯାଇପାରିବ ସେବିଷୟରେ ଆଲୋକପାତ କରିଥିଲେ। ଶିଶୁମନ୍ଦିର ଓ ମିଶନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ୱାଇସିଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୂପମ ମହାପାତ୍ର, ଶାମୁକା ପାତ୍ର , ଗିରିଶ ମେହେର, ସୁଭ୍ରତା ଜେନା ଏଥିରେ ସହଯୋଗ କରିଥିଲେ। ଶେଷରେ ୱାଇସିଡିଏର ଆନନ୍ଦିନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




