ଆଜି ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମାତୃ ନିଳୟମ ଠାରେ ଶ୍ରୀ ଅରବିନ୍ଦ ମେଡିକାଲ ଆସୋସିଏସନ ର ବାର୍ଷିକ ସମ୍ମିଳନୀ 2023ଅନୁଷ୍ଠିତ


ଆଜି ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମାତୃ ନିଳୟମ ଠାରେ ଶ୍ରୀ ଅରବିନ୍ଦ ମେଡିକାଲ ଆସୋସିଏସନ ର ବାର୍ଷିକ ସମ୍ମିଳନୀ 2023ଅନୁଷ୍ଠିତ ହୋଇଯାଇଅଛି, ପ୍ରଥମେ ଧୂପ ଓ ପୁଷ୍ପ ଅର୍ପଣ ସମ ବେତ ଧ୍ୟାନ ଦୁର୍ଗା ଷ୍ଟ୍ରୋତ୍ର ପାଠ କରିଥିଲେ ନମିତା ରାୟ, ମେଡିକାଲ ଆସୋସିଏସନ ର ଆବାହକ ଅରୁଣ କୁମାର ସାହୁ ସ୍ୱାଗତ ଭାଷଣ ଓ ଅଶୋକ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ, ଅବସର ପ୍ରାପ୍ତ ହୋମିଓ ପାଥିକ ମେଡିକାଲ ଅଫିସର ଡାକ୍ତର ଖିରୋଦ ଚନ୍ଦ୍ର ତ୍ରିପାଠୀ ପୂର୍ଣ୍ଣାଙ୍ଗ ଯୋଗ ସାଧନା ରେ ଖାଦ୍ୟ ର ଭୁମିକା ଉପରେ ଆଲୋକପାତ କରିଥିଲେ, ମୁଖ୍ୟ ଆଲୋଚନା ପ୍ରସଙ୍ଗ millets and Health ଉପରେ

ଆଲୋଚନା ରଖିଥିଲେ ଡାକ୍ତର ସନ୍ଦୀପ ସେନ First aid ଉପରେ ଆଲୋଚନା କରିଥିଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରେଡ କ୍ରସ ସଭ୍ୟ ବିପିନି ବିହାରୀ କର, ଜିଲ୍ଲା ଆବାହକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର କୁଆଁର ଏଥିରେ ସଭାପତିତ୍ୱ କରି ଥିବା ବେଳେ ମେଡିକାଲ ଆସୋସିଏସନ ର ଆବାହକ ତନ୍ମୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ, ମାତୃ ନିଳୟମ ର ସମ୍ପାଦକ ଭାଗ୍ୟଧର ସାମଲ ଅଧକ୍ଷ ଦିଲୀପ ମହାନ୍ତି ପ୍ରାକ୍ତନ ଅଧକ୍ଷ ଶତ୍ରୁଘ୍ନ ପ୍ରଧାନ ଶିକ୍ଷାବିତ ବଂଶୀଧର ରାଉତ ଅଭିରାମ ଦାଶ ରବୀନ୍ଦ୍ର ସାହୁ ରାକେଶ ନାୟକ ସମସ୍ତ ଅପା ଓ ଭାଇ ଏଥିରେ ସହଯୋଗ କରିଥିଲେ
ବଡ଼ଚଣା ରୁ, କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




