State

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ 

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥା କୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭୁବନେଶ୍ୱର ରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଛନ୍ତି। ପ୍ରଥମ ଦିନରେ ଖଜୁରୀପଡା, ଫିରିଙ୍ଗିଆ, ଦାରିଙ୍ଗବାଡି , ଦ୍ୱିତୀୟ ଦିନରେ ଦାରିଙ୍ଗବାଡି, କ.ନୂଆଗାଁ ଓ ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ବୁଲି ଦେଖିବା ସହ ତୃତୀୟ ଦିନରେ ରାଇକିଆ ଓ ଜି.ଉଦୟଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଲି ଦେଖିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୫- ଟି ରେ ସାମିଲ ପରେ ବିଦ୍ୟାଳୟ ର ଆର୍ଥିକ ସ୍ଥିତି ଶ୍ରେଣୀ କୋଠରି ,ବିଜ୍ଞାନ ପରୀକ୍ଷାଗାର , ପାଠାଗାର, ଛାତ୍ରୀ ନିବାସ ,ପରିବେଶ ଆଦି ବ୍ୟବସ୍ଥା ବୁଲି ଦେଖିବା ସହ ବିଦ୍ୟାଳୟ ର ଅଧ୍ୟକ୍ଷ,ଅଧ୍ୟାପକ , ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ କିଭଳି ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯିବ। ବାଲିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଲିବା ସମୟରେ ବିଦ୍ୟାଳୟ ର ଅଧକ୍ଷ ଜିତେନ୍ଦ୍ର ମହାପାତ୍ର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଦୁଇ ଜଣିଆ ଟିମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ର ଲୋପାମୁଦ୍ରା ପଣ୍ଡା ଓ ପ୍ରଣବ ଶତପଥି ରହିଥିବା ବେଳେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ। ସେଥି ମଧ୍ୟରେ ଫୁଲବାଣୀ ଅଧକ୍ଷ ଆଲୋକ କୁମାର ପଣ୍ଡା, ଚକାପାଦ ଅଧକ୍ଷ ଶ୍ରୀକାନ୍ତ ଖମାରୀ, କୋଟଗଡ ଅଧ୍ୟକ୍ଷ ସ୍ନେହଜିତ ପ୍ରଧାନ, ଭିକାରୀ ବେହେରା ପ୍ରମୁଖ ସାମିଲ ଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ

Related Articles

Back to top button