State

କଣ୍ଟାମାଳରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

କଣ୍ଟାମାଳ, ତା୧୯/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଲ୍ୟାଣ ମଣ୍ଡପଠାରେ ସ୍ବେଛାସେବୀ ଅନୁଷ୍ଠାନ “ଆରମ୍ଭ ” କଣ୍ଟାମାଳ ଏବଂ ସମ୍ବଲପୁରର ତ୍ରିଲୋଚନ ନେତ୍ରାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରକୁ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟଅତିଥି ଓ

ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଦିବ୍ୟ ଶଙ୍କର ରାଉତ, ସରକାରୀ ଓକିଲ ସୁରେଶ ଚନ୍ଦ୍ର ରଣା,ଆଇନଜୀବି ଶେଷଦେବ ବଗର୍ତ୍ତୀ,ବିଜେପି କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ,ଓମ ପ୍ରକାଶ ମିଶ୍ର,କଣ୍ଟlମାଳ ସରପଞ୍ଚ ପ୍ରତିନିଧି ପ୍ରକାଶ ଖଟୁଆ , ଖଲିଆପାଲି ସରପଞ୍ଚ ପ୍ରତିନିଧି ଜେମାକାନ୍ତ ନାୟକ,ସୁଶୀଲ

ପୁରୋହିତ,ସମାଜସେବୀ ଶ୍ରୀକାନ୍ତ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ଜ୍ୱଳନ ସହ ଶିବିରକୁ ଉଦ୍ଘାଟନ କରିଥିଲେ l ପରିବେଶର ଦ୍ରୁତ ପ୍ରଦୂଷଣ ଯୋଗୁଁ ଚକ୍ଷୁର ଯତ୍ନ ଓ ଚିକିତ୍ସା ପାଇଁ ସ୍ଥାନୀୟ ଅଞ୍ଚଳରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର ପାଇଁ ଆରମ୍ଭ ଅନୁଷ୍ଠାନର ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ l ଶିବିରରେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଓ ଟେକନିସିଆନ ଟିମ ଦ୍ୱାରା ମୋଟ ପଞ୍ଜିକୃତ ୧୮୧ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। କେତେକ ଚକ୍ଷୁରୋଗୀଙ୍କୁ ମାଗଣାରେ ଚଷମା ପ୍ରଦାନ କରିଥିଲେ l ସେଥିମଧ୍ୟରୁ ୭୨ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ସମ୍ବଲପୁର ନେତ୍ରାଳୟକୁ ମାଗଣାରେ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା l କାର୍ଯ୍ୟକ୍ରମକୁ ଆରମ୍ଭ ଅନୁଷ୍ଠାନର ମୁଖ୍ୟ ଯଦୁଵିହାରୀ ବାଘ ଓ ଉମେଶ ରଣା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅଜୟ ମହାପାତ୍ର, ସାନନ୍ଦ ମହାକୁଡ଼, ପ୍ରଦୀପ ମହାକୁଡ଼, ରାମଚନ୍ଦ୍ର ତାଣ୍ଡି,ସୁରେଶ ବଘାର, ପ୍ରଶାନ୍ତ ମଟlଲି, ଶାନ୍ତନୁ ସାହୁ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ l

କଣ୍ଟମାନରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button