ଦପଲା ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ କାର୍ଯକ୍ରମ


କଣ୍ଟାମାଳ , ତା: ୧୯/୧୧ ; (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟବନମାଳି ନାଏକଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶିମୁଖ୍ୟ ଅତିଥି ଓ

ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କ ଭବିଷ୍ୟତ ପାଇଁ ମାଆ ପ୍ରଥମ ଗୁରୁ ଓ ତାଙ୍କର ଆଦର୍ଶରେ ଶିଶୁମାନେ ଅନୁପ୍ରାଣିତ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବେ ପରିଚାଳନା କମିଟି ସଂପାଦକ ଲଳିତ କୁମାର ସାହୁ, ଉପସଭାପତି କେଶବ ପ୍ରଧାନ, ସଦସ୍ୟ ଅଭିମନ୍ୟୁ ମହାକୁଡ଼, ରଙ୍ଗାଧର ଝାଙ୍କର ପ୍ରମୁଖ ଉପସ୍ଥିତ ରହି ଶିକ୍ଷା କ୍ଷେତ୍ରରେ ମାଆମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵବୋଲି ଉପସ୍ଥିତ ମାଆମାନଙ୍କୁ କହିଥିଲେ।ଆଚାର୍ଯ୍ୟ ନବିନ ନାଏକ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟା ସୁଷମା କଲତା ମଞ୍ଚ

ପରିଚାଳନା କରିଥିଲେ । ଆଚାର୍ଯ୍ୟ ନଚିକେତା କର୍ମୀ, ହେମନ୍ତ ମଲିକ , ଆଚାର୍ଯ୍ୟା ପ୍ରତୀକ୍ଷା ପାତ୍ର, ଝିନୀ ରାଣୀ ପ୍ରଧାନ, ସୌଦାମିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ପରିଚାଳନା କମିଟିର ଉପସଭାପତି କେଶବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




