State
କୋଟସମଲାଏ ଠାରେ କୋଶଲ ମହାବନ୍ଦ


ଉଲୁଣ୍ଡା ୧୯/୧୧ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗ୍ରାମପଂଚାୟତରେ କୋଶଲ ମହାବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି l ସମଗ୍ର ପଶ୍ଚିମଓଡିଶାର ଦାବୀ କୋଶଲରାଜ୍ୟ ଗଠନ ପାଇଁ ଯାହାକି ଏବେ ପଲ୍ଲୀରୁ ସହର ପର୍ଯ୍ୟନ୍ତ କୋଶଲ ସଂଗ୍ରାମୀ ମାନେ ଆନ୍ଦୋଳନ ତୀବ୍ର କରୁଥିବା ବେଳେ ତାହାର ପ୍ରଭାବ ଗ୍ରାମାଞ୍ଚଳ ରେ ମଧ୍ୟ ଜୋରସୋର ଆନ୍ଦୋଳନ ଦେଖିବାକୁ ମିଳିଛି l କୋଟସମଲାଇ ପଞ୍ଚାୟତ ର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ , ବ୍ୟାଙ୍କ,ଦୋକାନବଜାର, ରାସ୍ତା ମଧ୍ୟ ବନ୍ଦ ହୋଇଥିବା ଜଣାପଡିଛି l ଉକ୍ତ ମହାବନ୍ଦ ରେ କୋଶଲ ସେନାର ସକ୍ରିୟ ସଦସ୍ୟ ସଞ୍ଜୟକୁମାର ମେଣ୍ଡିଲି, ସତ୍ୟଜିତ ଗଡୁଆ, ବିଜୟ ମେଣ୍ଡିଲି, ଶ୍ୟାମସୁନ୍ଦର ଭୋଇ, ବିଭୁତି ରାଜହଂସ, ଚକ୍ରପାଣି ମେଣ୍ଡିଲି, ରାଜଗୋପାଳ ବାରକୁଟିଆ,ତ୍ରୟମ୍ବକ ଦାସ, ହିମାଂଶୁ ସେଠୀ,ବିଷ୍ଣୁ ପଧାନଙ୍କ ସମେତ ଶତାଧିକ କୋଶଲ କର୍ମୀ ମହାବନ୍ଦ ରେ ସାମିଲ ହୋଇ କୋଶଲ ମହାବନ୍ଦ କୁ ସଫଳ କରାଇଥିଲେ l ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ।





