ଗଛମୂଳରୁ ମାନସିକ ଭିନ୍ନକ୍ଷମ ମହିଳାଙ୍କ ସହ ତିନି ଶିଶୁ ଉଦ୍ଧାର।


ପାରାଦୀପ–:ଏ କେମିତି ଜୀବନ ? କିଏ ରହୁଛି ତ୍ରିତଳ ପ୍ରସାଦ ରେ ତ କିଏ ଚାଳ ଛପର କୁଡ଼ିଆ ଘରେ !କିନ୍ତୁ ଏମିତି କରୁଣ ଜୀବନଧାରୀ ଅଛନ୍ତି ଯିଏ କି ଗଛ ମୂଳକୁ ଆଶ୍ରୟ ସ୍ଥଳ କରି ଜୀବନ ରକ୍ଷା କରି ବଂଚୁଛନ୍ତି !ସତେ ଯେମିତି ସେମାନେ ଅଭିଶପ୍ତ !ଏପରି ଏକ ସ୍ପର୍ଶ କାତର ଓ ହୃଦୟ ସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ପାରାଦୀପ ସିଙ୍ଗିଟାଳି ଛକରେ।ଖରା ବର୍ଷାକୁ ଖାତିର ନକରି ସିଙ୍ଗିଟାଳି ଛକରେ ତିନୋଟି ପିଲାଙ୍କୁ ନେଇ ଆଶ୍ରୟ ନେଇଛି ଜଣେ ମାନସିକ ଭିନ୍ନକ୍ଷମ ମହିଳା ! ନା ଅଛି ଲାଜ ଢାଙ୍କିବାକୁ ବସ୍ତ୍ର ନା ଅଛି ତଳେ ବିଛେଇବା ପାଇଁ ଖଣ୍ଡିଏ ଅଖା ! ଅର୍ଦ୍ଧନଗ୍ନ ଅବସ୍ଥାରେ ଯେ କେହି ଦେଖିବ ଆଖିରୁ ନିଶ୍ଚୟ ଗଡି ଆସିବ ଲୁହ ! ମହିଳା ଜଣକ ବଡ ଝିଅ ର ବୟସ ୪ ବର୍ଷ, ମଝିଆ ପୁଅର ବୟସ ୩ ବର୍ଷ ଏବଂ ସାନ ପୁଅଟିର ବୟସ ଦେଢ଼ ବର୍ଷ ! ଅତି ଦୟନୀୟ ଅବସ୍ଥାରେ ଏକ ଗଛ ମୂଳରେ ଆଶ୍ରୟ ନେଇଥିବାର ଦେଖି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଦୁଃଖରେ ବିଗଳିତା ହୋଇ ମହିଳା ଙ୍କ ସହ କଥା ହେବାରୁ ଅନୁଭବ କରିଥିଲେ ଯେ ସେ ଜଣେ ସାମୟିକ ମାନସିକ ବିକୃତ ମହିଳା ।ନିଷ୍ପାପ ପିଲା ତିନୋଟି ଓ ମହିଳା ଙ୍କ ଭବିଷ୍ୟତ ଯେ କେତେ ଅନ୍ଧକାର ତାହା ଅନୁଭବ କରି ସେମାନଙ୍କ ଥଇଥାନ ନିମନ୍ତେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ବିଫଳ ହେବା ପରେ ପରିଶେଷରେ କେନ୍ଦ୍ରାପଡା ସ୍ଥିତ ରେଶ୍ଵଆ ସ୍ୱଧାର କେନ୍ଦ୍ର ସହ ଯୋଗାଯୋଗ କରିଥିଲେ ! ପ୍ରତିକୂଳ ପାଗ ରେ ମା ଓ ତିନି ପିଲାଙ୍କୁ ପାରାଦୀପ ରୁ କେନ୍ଦ୍ରାପଡା ନେବା ସମ୍ଭବ ନ ହେବାରୁ ବ୍ୟାସ ଫାଉଣ୍ଡେସନ ର ଉପସଭାପତି ରଶ୍ମିତା ନାୟକ ଙ୍କ ହେଫାଜତରେ ରଖାଯାଇଥିଲା ।ପରଦିନ ରେଶ୍ବଆ ସ୍ୱଧାର ଗୃହ ର ମୁଖ୍ୟ ଶ୍ରୀମତୀ ମିନତୀ ମହାରଣା ଉକ୍ତ ମହିଳାଙ୍କ ନିକଟରେ ପହଁଞ୍ଚି ନିଜ ହେଫାଜତକୁ ନେବା ସହ ମା ଓ ତିନି ପିଲାଙ୍କୁ ସୁସ୍ଥ ଓ ସୁରକ୍ଷିତ ରେ ରଖିବେ ବୋଲି ବ୍ୟାସ ଫାଉଣ୍ଡେସନ ର କର୍ମ କର୍ତ୍ତା ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ସ୍ତରରେ ଶିଶୁ ଓ ମହିଳା ଙ୍କ ପ୍ରତି ବିଭିନ୍ନ କଲ୍ୟାଣ କାରୀ କାର୍ଯ୍ୟକ୍ରମ ସରକାର ଙ୍କ ଦ୍ଵାରା ବ୍ୟବସ୍ଥା କରାଯାଉଥିବା ବେଳେ ଏ ଅଭାଗିନୀ ମହିଳା ଓ ନିଷ୍ପାପ ଶିଶୁ ତିନୋଟି ବାଦ ପଡିଲେ କେମିତି? ଏମାନେ କଣ ସମାଜରେ ବଞ୍ଚିବାର ଅଧିକାର ପାଇ ପାରିବେ ନାହିଁ ?ଏହାହିଁ ଉଦବେଗ ର କାରଣ ବୋଲି ଶ୍ରୀମତୀ ଆଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




