State

ସାଲେପୁର ଠାରେ ଆନ୍ତର୍ଜାତିକ ଶିଶୁ ଚଳଚିତ୍ର ମହୋତ୍ସବ ଉଦଘାଟିତ


ସାଲେପୁର ::- ସମୟ ଥିଲା ଚଳଚିତ୍ର ଗୁଡିକ ଦେଖିବାକୁ ସାଧାରଣ ମଣିଷ ମାନଙ୍କ ମଧ୍ୟରେ ଏକ ଭେଳିକି ଓ ବିସ୍ମୟ ସୃଷ୍ଟି କରି ପାରିଥିଲା ! ଏବେ ସମୟ ବଦଳିଯାଇଛି ! ବଦଳି ଯାଇଛି ମଣିଷ ମାନଙ୍କର ରୁଚି ! କାରଣ ଆଜିର ଚଳଚିତ୍ର କୌଣସି ସାମାଜିକ ସନ୍ଦେଶ ବହନ କରୁନାହିଁ କିମ୍ବା ସଂସ୍କାରଧର୍ମୀ ନୁହେଁ ! ତେଣୁ ଶିଶୁ ଚଳଚିତ୍ର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଜୀବନରେ କିଛି ସଂସ୍କାର ଓ ଜୀବନ ଦର୍ଶନ ଉପରେ ଶିକ୍ଷଣୀୟ ବିଷୟ ପ୍ରଦର୍ଶନ କରାଯାଇଥାଏ ! ଖବର ମୁତାବକ କଟକ ଜିଲ୍ଳା ସାଲେପୁର ବ୍ଲକର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସାଲେପୁର ପବ୍ଲିକ ସ୍କୁଲ ପକ୍ଷରୁ ଆନ୍ତର୍ଜାତିକ ଶିଶୁ ଚଳଚିତ୍ର ମହୋତ୍ସବ ଶାନ୍ତି ମଣ୍ଡପ ଠାରେ ଉଦଘାଟନ ହୋଇଛି। ଏହି ଉଦଘାଟନ ଉତ୍ସବ ରେ ସାଲେପୁର ପବ୍ଲିକ ସ୍କୁଲ ର ପ୍ରିନସିପାଲ ଡା ଜୟନ୍ତୀ ମିଶ୍ର ଙ୍କ

ଅଧକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ଓ ମୁଖ୍ୟ ଅତିଥି ରୂପେ ଓଲିଉଡ଼ ର ପୂର୍ବତନ ସୁପର ଷ୍ଟାର ପ୍ରଶାନ୍ତ କୁମାର ନନ୍ଦ ଏହି ଆନ୍ତର୍ଜାତିକ ଶିଶୁ ଚଳଚିତ୍ର ମହାତ୍ସବ କୁ ଉଦଘାଟନ କରିଥିଲେ। ଏହି ଉତ୍ସବ ରେ ବିଭିନ୍ନ ଦେଶର ବିଭିନ୍ନ ଭାଷା ର ଚଳଚିତ୍ର ପ୍ରଦର୍ଶିତ ହେବା ସହିତ ଆମ ରାଜ୍ୟ ତଥା ଦେଶର ବହୁ ଚଳଚିତ୍ର ପ୍ରଦର୍ଶିତ ହେବ। ଏହି ଆନ୍ତର୍ଜାତିକ ଶିଶୁ ଚଳଚିତ୍ର ମହାତ୍ସବ 30ତାରିଖ ପର୍ଯ୍ୟନ୍ତ ଚଳିବ ବୋଲି ସ୍କୁଲ ର ପ୍ରିନସିପାଲ ଜୟନ୍ତୀ ମିଶ୍ର ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button