State

୩୨ ଏକରରେ ଲାଗିଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ବାଲିଗୁଡା ପୋଲିସ

କନ୍ଧମାଳ,(ସମର୍ଥ ନ୍ୟୁଜ): ଆଦିବସୀ ବହୁଳ କନ୍ଧମାଳ ଜିଲାରେ କର୍ମନିଯୁକ୍ତି ଅଭାବ ରହିଛି। ଯା, ଦ୍ବାରା ବହୁ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ କେତେକ ଶିକ୍ଷିତ ଯୁବକ ଏବେ କର୍ମନିଯୁକ୍ତି ଅଭାବରୁ ସବୁଜ ଜହର କୁହାଯାଉଥିବା ବେଆଇନ ଗଞ୍ଜେଇ ଚାଷକୁ ଆପଣାଇଛନ୍ତି। ରୋଜଗାରର ପନ୍ଥା ନପାଇ ଯୁବକ/ଯୁବତୀଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ଗଞ୍ଜେଇ ଚାଷ‌ରେ ମାତିଛନ୍ତି। ସମ୍ପୂର୍ଣ୍ଣ ବେଆଇନ ଏହି ଚାଷ ଉପରେ ରୋକ ଲଗାଇବାକୁ ପୁଲିସ ବିଭାଗ ଦୀର୍ଘଦିନ ହେଲା ଅଭିଯାନ ଚଳାଇଛନ୍ତି। ତଥାପି ଗଞ୍ଜେଇ ଚାଷ ଦିନ ଦିନକୁ ବଢିବାରେ ଲାଗିଛି। ଏ ନେଇ ବାଲିଗୁଡା ପୋଲିସ ଶନିବାର ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା ଥାନାର ବାରଖମା ନିକଟସ୍ଥ ରେବିଙ୍ଗିଆ, ଦୁଲୁକିଆ, ଓ ବଡି଼ଗାଁ ଭଳି ବିଭିନ୍ନ ଜଙ୍ଗଲ ଜମିରେ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ପୋଲିସ ସଦଳବଳ ଚଢଉ କରି ପ୍ରାୟ ୩୨ ଏକର ଜମିରେ ଚାଷ ହୋଇଥିବା ଲକ୍ଷାଧିକ ଟଙ୍କାର ବେଆଇନ ଗଞ୍ଜେଇ ଗଛ ସବୁ କାଟି ପୋଡି ନଷ୍ଟ କରି ଦିଆଯାଇଥିଲା। ଏ ସକ୍ରାନ୍ତରେ ବାଲିଗୁଡା ଥାନାରେ ୨୬୭/୨୩ ରେ ଏକ ଏନଡିପିଏସ ମାମଲା ମଧ୍ୟ ରୁଜୁ ହୋଇଛି। ପୁଲିସ ବିଭାଗ ର କଡା ସୁରକ୍ଷା ବଳୟକୁ ଭେଦ କରି ବେଧଡକ ଭାବେ ଗଞ୍ଜେଇ ଚାଷ ଚାଲି ଥିବାରୁ ଏଣିକି ଏହି ଭଳି ଗଞ୍ଜେଇ ଗଛ ପୋଡି ନଷ୍ଟ କରିବା ଅଭିଯାନ ନିୟମିତ ଚାଲୁ ରହିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ

Related Articles

Back to top button