State

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କଣ୍ଟlମାଳ ସମ୍ପୂର୍ଣ୍ଣ ବନ୍ଦ ଜୀବନ ଯାତ୍ରା ବ୍ୟାହତ, ଯାନବାହାନ ଚଳାଚଳ ଠପ

 

କଣ୍ଟାମାଳ, ତା ୧୮/୧୧ (ପ୍ରଭାତ କୁମାର ସାହୁ) ପଶ୍ଚିମ ଓଡିଶାକୁ ସବୁ କ୍ଷେତ୍ରରେ ଅବହେଳା ସହିତ ସରକାର ଭାଷା,କଳା, ସଂସ୍କୃତି,ଶିକ୍ଷା,ସ୍ୱାସ୍ଥ୍ୟ, ସ୍ଥାନୀୟ ନିଯୁକ୍ତି, ବିସ୍ଥାପିତ, ଆଦିବାସୀ, ଦଳିତଙ୍କ ଅଧିକାର ପ୍ରତି ଅଣଦେଖା କରୁଥିବାରୁ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଦାବିରେ ସମଗ୍ର ପଶ୍ଚିମ ଓଡିଶା ସକାଳ ୬ଟା ଠାରୁ ସଂଧ୍ୟl ୬ଟା ପର୍ଯ୍ୟନ୍ତ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି l ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ

କ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର କୋଶଲ ସମନ୍ୱୟ ସମିତି କଣ୍ଟାମାଳ ସଭାପତି ଚୈତନ୍ୟ ବେହେରାଙ୍କ ନେତୃତ୍ୱରେ ଶମ୍ଭୁ ପ୍ରସାଦ ସାହୁ, ଠାକୁର ଚରଣ ନାୟକ, ପ୍ରମୋଦ ରଣା, ସୁମନ୍ତ ସାହୁ, ସୁଶାନ୍ତ ଦାସ ସମେତ ଅନ୍ୟ କୋଶଲ କର୍ମୀମାନେ ପିକେଟିଂ କରି କଣ୍ଟାମାଳରେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସହ ଯାନବାହାନ ଚଳାଚଳକୁ ବନ୍ଦ କରିଥିଲେ l ସେହିପରି କଣ୍ଟାମାଳରୁ ଫୁଲବାଣୀ ଓ ବାଲିଗୁଡାକୁ ସଂଯୋଗ କରୁଥିବା ରାସ୍ତାର ତିଳକlମାଲ-ଘୁଚେଙ୍ଗଠାରେ ଭାଗିରଥି କୁସଲ, ଚନ୍ଦ୍ରକାନ୍ତ ବାଘ ଓ ଅନ୍ୟମାନେ ରାସ୍ତା ରୋକ ର ନେତୃତ୍ୱ ନେଇଥିଲେ l ପଲସାଗୋରାରେ ଆଶିଷ ଖେତୀ, ମାରାଡୋନା ଖେତୀ ସମେତ ଅନ୍ୟମାନେ ,ଖୁଣ୍ଟିଗୋରାରେ ଶଙ୍କର ସାହୁ ଓ ସାଥି, ଆମ୍ବଗାଁ ରେ ଜୟଦେବ ରଣା, ଋଷି ରଣା ସହ ଅନ୍ୟମାନେ,ଘଣ୍ଟାପଡ଼ାରେ ଜୟ ମା ସମଲେଶ୍ୱରୀ କୋଶଲ ସେନାର ସଭାପତି ଅମରନାଥ ସାହୁ, ପିଣ୍ଟୁ ବାରିକ, ମଣ୍ଟୁ ବାରିକ, ପ୍ରକାଶ ସାହୁ,ବିଶ୍ୱ ରଞ୍ଜନ ବିଶି, ରଶ୍ମି ରଞ୍ଜନ ବିଶି,ଓମ ପ୍ରକାଶ ସାହୁ ସହ ଅନ୍ୟମାନେ ବନ୍ଦର ନେତୃତ୍ୱ ନେଇଥିଲେ l ତେବେ ଏହି ବନ୍ଦରେ ଡାକ୍ତରଖାନା, ଔଷଧ ଦୋକାନ, ଆମ୍ବୁଲାନ୍ସ ଭଳି ଜରୁରୀ ସେବା ସ୍ୱାଭାବିକ ଭାବେ ଚାଲୁ ରହିଥିଲା l କଣ୍ଟାମାଳ ବ୍ଲକର ମନମୁଣ୍ଡା, ଖଟଖଟିଆ, ପଲାସାଗୋରା, ଆମ୍ବଗାଁ, ଘଣ୍ଟାପଡା, ଖୁଣ୍ଟିଗୋରା କଣ୍ଟାମାଳ ସମେତ ପ୍ରାୟ ସମସ୍ତ ଅଞ୍ଚଳରେ ବନ୍ଦ ସମ୍ପୂର୍ଣ୍ଣରୂପେ ଶାନ୍ତି ଶଙ୍ଖଳା ସହ ସଫଳ ହୋଇଥିବା ଦେଖିବାକୁ ମିଳିଛି lବନ୍ଦ ଯୋଗୁଁ ଜୀବନ ଯାତ୍ରା ଠପ ହେବା ସହ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା l 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button