State

ଶେଷ ହେଲା ବୈତରାଜ ମହୀଷାସୁର ରାଜ, * ମହିଷାସୁର ବଧ ସହ ସମାପ୍ତ ହେଲା କଲରାକୋଠାର ରାଜଦରବାର

ମଞ୍ଚକୁ ଉଜ୍ଜୀବିତ ରଖିବାକୁ ହେଲେ ସ୍ଥାୟୀ ମଞ୍ଚର ଆବଶ୍ୟକତା -. ରାଜ ଅତିଥି କଣ୍ଟାମାଳ ବିଧାୟକ

* ମଞ୍ଚକୁ ଉଜ୍ଜୀବିତ ରଖିବାକୁ ହେଲେ ସ୍ଥାୟୀ ମଞ୍ଚର ଆବଶ୍ୟକତା -. ରାଜ ଅତିଥି କଣ୍ଟାମାଳ ବିଧାୟକ

କଣ୍ଟାମାଳ ୧୮/୧୧ ମହୀଷାସୁର ବଧ ସହ କଣ୍ଟାମାଳ,କଲରାକୋଠା କାଳୀ ପୂଜା ଅବସରରେ ହୋଇଥିବା ରାଜଦରବାର ଉଦଯାପିତ ହୋଇଯାଇଛି । ଦୀର୍ଘ ୬ ଦିନ ଧରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର କଲରାକୋଠା ୟୁଥ ଫ୍ରେଣ୍ଡସ ଆସୋସିଏସନ ଦ୍ବାରା ଆୟୋଜିତ ମା’ ଶ୍ୟାମା କାଳୀପୂଜା ଅବସରରେ ଆୟୋଜିତ ମହିଷାସୁର ଦରବlରର ଉଦଯାପନୀ ସଂଧ୍ୟାର ରଙ୍ଗସଭାରେ ରାଜ ଅତିଥିଭାବେ କଣ୍ଟାମାଳ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା,ବୌଦ୍ଧ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,୧ ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟl ସୁମିତ୍ରା ସାହୁ, ମିଳିତ ଶିକ୍ଷକ ସଂଘର ସଭାପତି ନିଳାଞ୍ଚଳ ଭୋଇ, କନ୍ଧମାଳ ସାଂସଦ ପ୍ରତିନିଧି ତଥା ଯୁବ ବିଜେଡି ସଭପତି ଶମ୍ଭୁ ପ୍ରସାଦ ସାହୁ, ସରକାରୀ ଓକିଲ ରାଧାବଲ୍ଲଭ ପ୍ରଧାନ ଓ ସିମିଲିପଦର୍ ସରପଞ୍ଚ ସାର୍ଦୁଲ ନାଗ ପ୍ରମୁଖ ଯୋଗଦେଇଥିଲେ । ପରେ ମହୀଷାସୁର ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ଦେବୀ ମା’ଦୁର୍ଗାଙ୍କ ଦ୍ବାରା ମହୀଷାସୁରର ନିଧନ ନାଟକ ମଞ୍ଚସ୍ଥ ହୋଇଥିଲା । ପରେ ପ୍ରଯୋଜକ ପାଣିନି ପ୍ରାଜ୍ଞ, ଟିଙ୍କୁ ଟିଙ୍ଗାଲୁ ଏବଂ ମିଲିଙ୍କ ଆକର୍ଷଣୀୟ ହାସ୍ୟରସାତ୍ମକ ଅଭିନୟ ଦର୍ଶକଙ୍କୁ ଆତ୍ମ ବିଭୋର କରିଥିଲା। ଯାହାକି ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଟାଣି ରଖିଥିଲା। ନାଟ୍ୟକଳାକାର ମନୋରଞ୍ଜନ ଚିରଗୁଣିଙ୍କ ଉଚ୍ଚକୋଟୀର ଅଭିନୟ ଦର୍ଶକଙ୍କ ମନ ମୋହିଥିଲା l ଯାହାକି ଦର୍ଶକଙ୍କୁ ଆକୃଷ୍ଟ କରି ୬ ଦିନ ପର୍ଯ୍ୟନ୍ତ ଲୋକାରଣ୍ୟ କରିପାରିଥିଲା। ରଙ୍ଗସଭାକୁ ଧାରଣୀସେନ ସାହୁ ପରିଚାଳନା କରିଥିଲେ ଏବଂ ୟୁଥ ଫ୍ରେଣ୍ଡସ ଏସୋସିଏସନର ସଭାପତି ପ୍ରଫୁଲ୍ଲ ସାହୁ, ସଂପାଦକ ପ୍ରକାଶ ରଣା,କୋଷାଧକ୍ଷ ତରଣୀସେନ ସାହୁ, ଉପସଭାପତି ପ୍ରଣବ କିଶୋର ସାହୁ, ସହ ସଂପାଦକ ଧମେନ୍ଦ୍ର ରଣାଙ୍କ ସମେତ କମିଟିର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ଓ ଆସନ୍ତା ବର୍ଷ ଆହୁରୀଆକର୍ଷଣୀୟ କରାଯିବା ନେଇ ପ୍ରକାଶ କରିଛନ୍ତି ପୂଜା କମିଟୀ ସଭାପତି ଶ୍ରୀ ସାହୁ ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button