ପେଟ୍ରୋଲ ପମ୍ପ ଭିତରେ ସିଗାରେଟ ଜଳାଇ ପାଞ୍ଚ ଛାତ୍ରଙ୍କୁ ମାଡ଼ ମାରିଲେ


ଉତ୍କେଲା: କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଉପରେ ଥିବା ଉତ୍କେଲା ଗ୍ରାମର ଯୁକ୍ତ ୨ ମହାବିଦ୍ୟାଳୟରେ ପଢୁଥିବା ପାଞ୍ଚଜଣ ଛାତ୍ରଙ୍କୁ ଭିଡିଓ ବନାଇ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ଉତ୍କେଲା ପୁଲିସ ଭିଡିଓ କରିଥିବା କୋକୋଡ଼ମାଳର ଜଣେ ଅଣଛାତ୍ର ଯୁବକଙ୍କୁ ଅଟକ ରଖିଥିବା ବେଳେ ମାଡ଼ ମାରିଥିବା ଆଉ ଏକ ଅଣଛାତ୍ର ଯୁବକ କୋକୋମୁଣ୍ଡା ଗ୍ରାମର ମିନିକେତନ ମାଝୀ ଫେରାର ହୋଇଛନ୍ତି।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଉତ୍କେଲା ଗ୍ରାମର ଯୁକ୍ତ ୨ ମହାବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ୫ ଜଣ ଛାତ୍ରଙ୍କୁ ଉତ୍କେଲା ମହାବିଦ୍ୟାଳୟ ସାମ୍ନାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ଭିତରେ କୋକୋମୁଣ୍ଡା ଗ୍ରାମର ମିନିକେତନ ମାଝୀ ସିଗାରେଟ ଜଳାଇ୫ଜଣ ଛାତ୍ରଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ପାଞ୍ଚ ଜଣ ଛାତ୍ରଙ୍କୁ ରାସ୍ତା ଉପରେ ଭିଡିଓ ବନାଇ ମାଡ଼ ମାରିଥିବା ଘଟଣାରେ ଉତ୍କେଲା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଅସୁରକ୍ଷିତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉତ୍କେଲା ମହାବିଦ୍ୟାଳୟର ଅଧ୍ୟାପକମାନେ ଏହି ଘଟଣା କିପରି ଜାଣି ପାରିଲେ ନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ବିଷୟରେ ଉତ୍କେଲା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ବୁଦ୍ଧିଆଙ୍କୁ ପଚାରିବାରୁ ଏହି ବିଷୟରେ ମୁଁ ଉତ୍କେଲା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରୁଛି ବୋଲି ପ୍ରକାଶ କରିଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




