State

ଅସହାୟ ବୃଦ୍ଧା ଙ୍କୁ ସାହାରା ଦେଲେ ସ୍ନେହମୟୀ

 ଏରସମା :- ମା’ ତୁମେ ମମତାର ସୀମାହୀନ ସାଗର, ମା’ ତୁମେ ଆମ ପାଇଁ ଦେବତାର ମନ୍ଦିର ! ମାତ୍ର ଏହି ମନ୍ଦିରକୁ ଅବହେଳା କରୁଥିବା ବିଷୟ କେତେଜଣ ସମାଜସେବୀଙ୍କୁ ବ୍ୟଥା ଓ ଆତ୍ମଦହନରେ ପକେଇ ଦେଇ ଥାଏ ! ଯାହା ଭାବିବା ଓ ଚିନ୍ତା କରିବା ବାହାରେ ! ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଏରସମା ବ୍ଲକର ସୋମପୁର ଗ୍ରାମରେ ! ପରିବାର ଠାରୁ ଅଲୋଡ଼ା ଅଖୋଜା ହୋଇ ସୋମପୁର ହାଇ ସ୍କୁଲ ବାରଣ୍ଡାରେ ଜୀବନକୁ ବିପଦରେ ପକେଇ ୮୫ ବର୍ଷର ବୃଦ୍ଧା ରଜନୀ ଗଡୁଆ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି ! ଆଖିରେ ଲୁହ ହୃଦୟରେ କୋହ, ମୃତ୍ୟୁକୁ ଅପେକ୍ଷା କରିକରି ଥକି ପଡିଲେଣି ! ହେଲେ ମରଣ ଦେଖା ଦେବା ତ ଦୂରର କଥା, ଦିନକୁ ଦିନ ବଢ଼ି ଚାଲିଛି ଦୁଃଖ ! ସ୍କୁଲର ସହୃଦୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି ମାଉସୀ ଙ୍କ ଅସହାୟତା ପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ପରିସର ରେ ଥିବା ଅଙ୍ଗନୱାଡ଼ି ଦିଦି ଶ୍ରୀମତୀ ମିନ୍ନତି ମଲ୍ଲିକ ଙ୍କୁ ପିଲା ଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟ ରୁ କିଛି ଦେବା ପାଇଁ ନିବେଦନ କରି ନିଜର ବ୍ୟକ୍ତିଗତ ତତ୍ୱାବଧାନରେ ମଧ୍ୟ ମାଉସୀଙ୍କୁ ୧୫ ଦିନ ରଖିବା ପରେ ପୂର୍ଣ୍ଣ ଥଇଥାନ ସଂପର୍କ ରେ ପ୍ରଧାନ

ଶିକ୍ଷକ ବ୍ୟାସ ଫାଉଣ୍ଡେସନ ର ଉପଦେଷ୍ଟା ପଣ୍ଡିତ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ ଙ୍କ ମାଧ୍ୟମ ରେ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସହ ଯୋଗାଯୋଗ କରିଥିଲେ ! ଶ୍ରୀମତୀ ଆଚାର୍ଯ୍ୟ ସୋମପୁର ବିଦ୍ୟାଳୟ ର ପରିସରରୁ ବୃଦ୍ଧାଙ୍କୁ ଉଦ୍ଧାର କରି ପାରାଦ୍ୱୀପସ୍ଥିତ ସଂତୋଷୀ ଜରlଶ୍ରମ ଦାୟିତ୍ଵ ରେ ଥିବା ମାଗୁଣି ଚରଣ ମଲ୍ଲିକ ଓ ଜଗନ୍ନାଥ ମଲ୍ଲିକ ଙ୍କ ତତ୍ୱାବଧାନରେ ସ୍ଥାୟୀ ଥଇଥାନ କରି ପାରିଛନ୍ତି।ଶ୍ରୀମତୀ ଆଚାର୍ଯ୍ୟ ଙ୍କ ସହ ରଶ୍ମିତା ନାୟକ, ସ୍ମୃତି ରଞ୍ଜନ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ରେ ସହାୟତା ପ୍ରଦାନ କରିଥିଲେ।ବ୍ୟାସ ଫାଉଣ୍ଡେସନ ର ଏପରି ସମାଜ କଲ୍ୟାଣ କାର୍ଯ୍ୟ ରେ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button