State

ତ୍ରିପୁରା ସୀମାରେ ଜଣେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି। ସେ ହେଲେ ଈଶ୍ବର ଦୋରା।

କେସିଙ୍ଗା: ତ୍ରିପୁରା ସୀମାରେ ଜଣେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି। ସେ ହେଲେ ଈଶ୍ବର ଦୋରା।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ବର ଚନ୍ଦ୍ର ଦୋରା ୨୦୦୯ ମସିହାରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ସେ ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲେ। ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କର ମରଶରୀର ସକାଳୁ ଉଦ୍ଧାର ହୋଇଥିଲା। ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ପରିବାର‌ ଲୋକଙ୍କୁ ଅବଗତ କରାଯାଇଛି। ଏହି ଖବର ମିଳିଲା ପରେ ସହିଦ ଯବାନଙ୍କ ଘରେ କାନ୍ଦବୋବାଳିରେ ଫାଟିପଡୁଛି। ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି। ପାର୍ଥିବ ଶରୀର ଆସିବାକୁ ଅପେକ୍ଷା କରାଯାଇଛି ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button