ଛତିଆ କଲେଜ ରେ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦଘାଟନୀ ସମାରୋହ


ଆଜି ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ରେ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ହୋଇଯାଇଅଛି, ଏହା ଆସନ୍ତା ଡିସେମ୍ବର 31ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ଏହା ରାଜ୍ୟ ର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ରେ ଅନୁଷ୍ଠିତ ହେଉଅଛି, ଆଜି ଉଦଘାଟନ ଉତ୍ସବ ରେ ବଡ଼ଚଣା ଥାନା IIC ଶ୍ରୀଯୁକ୍ତ ଶରତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ, ମହାବିଦ୍ୟାଳୟ ର ଅଧକ୍ଷ ବଳରାମ ସାହୁ ଏଥିରେ ସଭାପତିତ୍ୱ କରି ଥିବା ବେଳେ ବରିଷ୍ଠ ଅଧ୍ୟାପକ ମନୋଜ ମିଶ୍ର ସ୍ୱାଗତ ଭାଷଣ ଦେଇ ଥିଲେ, ସଂଯୋଜକ DR ଚନ୍ଦ୍ରକଳା ନାୟକ ଓ ଭରତ ଭୂଷଣ ସାହୁ ଉଭୟେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଥିଲେ, ଅଧ୍ୟାପକ ପ୍ରଭାସ ମହାପାତ୍ରଓ ଭୋଳାନାଥ ନାୟକ ବିଭିନ୍ନ କ୍ରୀଡା ସମ୍ପର୍କ ରେ ସୂଚନା ପ୍ରଦାନ କରି ଥିଲେ,DR କଳ୍ପତରୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ, ପ୍ରଥମ ଦିବସ ରେ ଆଜି +2ବାଳକ ଓ ବାଳିକା ବିଭାଗ ର କ୍ୟାରମ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା, ବିଚାରକ ଭାବେ କ୍ରୀଡା ଅଧ୍ୟାପକ ସର୍ବେଶ୍ୱର ନାଥ ଓ ବରିଷ୍ଠ ଅଧ୍ୟାପକ ତୁଷାର କାନ୍ତି ମୂଲ୍ୟାଙ୍କନ କରିଥିଲେ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ,
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




