Country

ଆରମ୍ଭ ହେଲା ଚେଳିତୋଳ ବାଲିଯାତ୍ରାର ପ୍ରକ୍ରିୟା , ଖୁସିହେବେ ତିର୍ତ୍ତୋଲ ବାସୀ !

 

ତିର୍ତ୍ତୋଲ ::- କିଏ କହୁଥିଲା ତିର୍ତ୍ତୋଲ ବାଲିଯାତ୍ରା ଏବର୍ଷ ଆଉ ହେବନାହିଁ ! କିଏ କହୁଥିଲା ସବୁ ଆଡେ ବାଲିଯାତ୍ରାର ପ୍ରସ୍ତୁତି ବୈଠକ ସାରିଲାଣି, ତିର୍ତ୍ତୋଲ ରେ କେବେ ଆଉ ହେବ? କେହି କେହି ବି କୁହାକୁହି ହେଇଥିଲେ, ଶାସକ ଦଳ ଚାରି ଫାଙ୍କ, ବାଲିଯାତ୍ରା ଫୁସୁରୀ ଯିବ ! ମାତ୍ର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ! ଫାଇନାଲ ହେଇଛି ଚେଳିତୋଳ ବାଲିଯାତ୍ରା ନିଶ୍ଚୟ ହେବ ! ଆସନ୍ତା 27 ତାରିଖରେ ବୋଇତ ବନ୍ଦାଣ ! ସମସ୍ତ ଦାୟିତ୍ୱ ନେଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ! ଖବର ଅନୁସାରେ ତିର୍ତ୍ତୋଲ ବିଧାୟକଙ୍କ ଆହ୍ୱାନ କ୍ରମେ ବ୍ଲକ କ୍ୟାମ୍ପସ ମଧ୍ୟରେ ଆୟୋଜିତ ହୋଇଯାଇଛି ବାଲିଯାତ୍ରାର ପ୍ରସ୍ତୁତି ବୈଠକ ! ଏହି ବୈଠକରେ ତିର୍ତ୍ତୋଲ ବିଡିଓ ସମେତ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶଙ୍କ ସମେତ ସମସ୍ତ ସାମ୍ବାଦିକ ବୃନ୍ଦ ଏବଂ ତିର୍ତ୍ତୋଲ ବ୍ଲକ ର ନିର୍ବାଚିତ ଜନପ୍ରତିନିଧି ଗଣ ଉପସ୍ଥିତ ରହିଥିବାର ଲକ୍ଷ କରାଯାଇଥିଲା ! ବିଧାୟକ ବିଜୟ ଶଙ୍କର ଦାସ ବୈଠକରେ ସଭାପତିତ୍ୱ କରିଥିବା ବେଳେ ବିମଳ କୁମାର ମହାପାତ୍ର ବୈଠକ ପରିଚାଳନା କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ସୁମିତ ଦାସ, ବସନ୍ତ କୁମାର ମହାପାତ୍ର, ଦେବେନ୍ଦ୍ର ମଲ୍ଲିକ, ବିଜୟ ନାୟକ, ରମେଶ ଚନ୍ଦ୍ର ରାଉଳ,ଗୋବିନ୍ଦ ଚନ୍ଦ୍ର ପାତ୍ର, ଅଶ୍ୱିନୀ ବିଶ୍ୱାଳ, ଅକ୍ଷୟ କୁମାର ମହାନ୍ତି, ଶିଶିର କୁମାର ପଣ୍ଡା,ତଥା ବାଲିଯାତ୍ରା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିବାର ଦେଖାଯାଇଥିଲା !

ଦୀର୍ଘ ଏକ ମାସ ଧରି ତିର୍ତ୍ତୋଲ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଚେଳିତୋଳ ବାଲିଯାତ୍ରାକୁ ନେଇ ଅନେକ ସଂଦେହାତ୍ମକ ମନ୍ତବ୍ୟମାନ ଦେଇ ଆସୁଥିଲେ ! ମାତ୍ର ସମସ୍ତ ସନ୍ଦେହ ଦୂର କରି ବାଲିଯାତ୍ରା କମିଟି ସ୍ପଷ୍ଟ କରିଛି ଯେ ସବୁ ବର୍ଷ ପରି ଏବର୍ଷ ତିର୍ତ୍ତୋଲ ବାଲିଯାତ୍ରା ଖୁବ ଧୂମଧାମରେ ହେବ ! ବିକାକିଣା, ଖିଆପିଆ ସାଙ୍ଗକୁ ପ୍ରତ୍ୟେହ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ନିଶ୍ଚୟ ମନୋରଞ୍ଜନର ଖୋରାକ ଯୋଗାଇବ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button