Country

ମିଲେଟ କ୍ଷେତ୍ର ଦିବସ ପାଳିତ

 

ଉଲୁଣ୍ଡା ୧୬/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ ପତ୍ରାପାଳି ପଂଚାୟତର ଗିନ୍ଦିଲାମାଳ ଠାରେ ଓଡିଶା ମିଲେଟ ମିଶନ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଉଲୁଣ୍ଡା ବ୍ଲକ ସଂଯୋଜକ ସୁଜିତ କୁମାର ସାହୁଙ୍କ ସଭାପତିତ୍ୱରେ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ 100ଜଣ ଚାଷୀ ସାମିଲ ହୋଇଥିଲେ । ଏଥିରେ ମୁଖ୍ୟଅତିଥିଭାବେ ଜିଲ୍ଲାର ଯୋଜନା ଅଧିକାରୀ ସୌମ୍ୟରଞ୍ଜନ ପଧାନ ଯୋଗଦେଇଥିବା ବେଳେ , ପ୍ରକଳ୍ପ ସଂଯୋଜକ ଭବାନୀ ଶଙ୍କର ମେହେର,ଭିଏ ଡ ବ୍ଲୁ ହରିପ୍ରିୟା ପଧାନ, ଯୋଶବନ୍ତି ସାହୁ ସାମିଲ ହୋଇ ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ଭଟଲି କୃଷକ ଉତ୍ପାଦନ କମ୍ପାନୀର ଜୟବ୍ରତ କର୍ଣ୍ଣ ଧନ୍ୟବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରପି ସାହାଯ୍ୟ କରିଥିଲେ । ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ।

Related Articles

Back to top button