Country

କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା )ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

କଣ୍ଟାମାଳ, ତା୧୬/୧୧:(ପ୍ରଭାତ କୁମାର ସାହୁ) ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ l ଆଭ୍ୟନ୍ତରିଣ ଦୁର୍ଗମ ଗ୍ରାମାଞ୍ଚଳର ଗଠନ ମୂଳକ ଓ ସମସ୍ୟା ମୂଳକ ଖବର ପ୍ରକାଶନ ଦ୍ୱାରା ସମାଜର କଲ୍ୟାଣ ହେବା ସହ ସରକାରଙ୍କ ନିକଟକୁ ପ୍ରକୃତ ବାର୍ତ୍ତା ପହଞ୍ଚିଥାଏ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ଅଭାବ ଅସୁବିଧା ଗୁଡିକ ଲୋକଲୋଚନକୁ ଆଣିବା ଫଳରେ ଘଟଣାର ଗୁରୁତ୍ୱ ବୁଝି ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ପାଇଁ ପ୍ରତିକାର ବ୍ୟବସ୍ଥା କରିଥାନ୍ତି l ଏହି ଅବସରରେ ଆଜି ବୌଦ୍ଧ ଜିଲ୍ଲା କଣ୍ଟlମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା )ପକ୍ଷରୁ କଣ୍ଟlମାଳ ସାମ୍ବାଦିକ ଭବନ ଠାରେ ସଂଘ ଉପସଭାପତି ପ୍ରଭାତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି l ସଭା ଆରମ୍ଭରେ ଦିବଂଗତ ସଭାପତି ସ୍ବର୍ଗତ ଦୁର୍ବlକ୍ଷ

ବସ୍ତିଆଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ଧୂପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ସମ୍ପାଦକ ପୂର୍ଣ୍ଣ ଚରଣ ସାହୁ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଠା ଦିବ୍ୟଶଙ୍କର ରାଉତ, ଜୟ କୁମାର ମହାରଣା, ବଂଶୀଧର ମାଝୀ,ରଞ୍ଜନ କୁମାର ପାତ୍ର, ଦେବାଶିଷ ମଲ୍ଲିକ ପ୍ରମୁଖ ଯୋଗଦେଇ ସାମ୍ବାଦିକତାର ମୂଲ୍ୟବୋଧ, ଦାୟିତ୍ୱବୋଧ, ପରିସୀମା ଓ ବିଭିନ୍ନ ସମସ୍ୟା ଉପରେ ନିଜ ନିଜର ବକ୍ତ ରଖିଥିଲେ l ଏହି ଅବସରରେ ସେହିପରି ସଂଘ ପକ୍ଷରୁ ବିଭିନ୍ନ ସମୟରେ ନିଆଯାଉଥିବା ସଚେତନତା ମୂଳକ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ କରିବାକୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଓଡ଼ିଶା ସରକାର ଦ୍ଵାରା ପ୍ରଦତ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ ସଭାପତିଙ୍କ ଦ୍ଵାରା ସମସ୍ତ ସଦସ୍ୟଙ୍କୁ ବଣ୍ଟନ କରାଯାଇଥିଲା। ଶେଷରେ ରଞ୍ଜନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button