ଦୃନୀତି ଓ ଭ୍ରଷ୍ଟାଚାର ସହ ପିସି କାରବାର ବିରୋଧ ରେ ବିଜେପି ପକ୍ଷରୁ ରାଜନଗର ବ୍ଲକ ଘେରୋଉ*


ଆଜି ରାଜନଗର ବିଜେପି ବ୍ଲକ କମିଟି ପକ୍ଷରୁ ଭ୍ରଷ୍ଟାଚାର ଓ ଦୃନୀତି ଏବଂ ପି ସି କାରବାର ବିରୁଦ୍ଧରେ ବ୍ଲକ ଘେରାଉ କରାଯାଇଛି,! ତେବେ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଭାବେ ରାଜନଗର ର ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ ଅଲେଖ କୁମାର ଜେନା, କେନ୍ଦ୍ରାପଡ଼ା ଜିଲ୍ଲା ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ସାହୁ,

ଜିଲ୍ଲା ବିଜେପି ସମ୍ପାଦକ ଗଗନ ସାହୁ, ରାଜନଗର ବ୍ଲକ ସଂଯୋଜକ ଦିଲ୍ଲୀପ କୁମାର ରାଉତ,ଜିଲ୍ଲା ଉପସଭାପତି
ବନମାଳୀ ମହାପାତ୍ର, ରାଜନଗର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନାକର ପ୍ରଧାନ, ଜିଲ୍ଲା ସମ୍ପାଦକ ତଥା ଆଇନୀ ଜୀବି ପ୍ରଦୀପ କୁମାର ଦାସ, କୈଳାଶ ପରିଡା, ସୁବାସ ଚନ୍ଦ୍ର ରାଉତ,ଦିଲ୍ଲୀପ କୁମାର ପାତ୍ର,ପବିତ୍ର ପରିଡା, ଜଇରାମ ରାଉତ, ଶୂନ୍ୟ ବାସୀ ମହାରଣା, ଶ୍ରୀବତ୍ସ ମଳିକ,ଜନ୍ମଜୟ ରାଉତ, ସୁରେଶ ଲେଙ୍କା, ସୁକାନ୍ତ କୁମାର ପ୍ରାଧନ, ପ୍ରମୁଖ ଙ୍କ ନେତୃତ୍ୱ ରେ ତ୍ରିନାଥ ବଜାର ସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରା ବାହାରି ରାଜନଗର ହଂସୁଆ ପୋଲ ଦେଇ ସରକାରୀ ବିରୋଧୀ ନାରାବାଜି ରେ ସତେ ଯେମିତି ପ୍ରାକମ୍ପିତ ହୋଉଥିବା ଲୋକମାନଙ୍କୁ ଲାଗୁଥିଲା ସେପଟେ ରାଜନଗର ବ୍ଲକ ଓ ତହସିଲ କ୍ୟାମ୍ପସ ମଧ୍ୟରେ ରାଲି ପହଞ୍ଚି ନେତା ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ସମସ୍ତେ କେନ୍ଦ୍ର ସରକାର ରାଜ୍ୟ କୁ କେତେ କଣ ଯୋଜନା ଯୋଗାଇ ଦେଉ ଥିବା ବେଳେ ଏପଟେ ବିଜେଡି ସରକାର କଥା ରେ ଭୟ ଭିତ ହୋଇ ପ୍ରଶାସନିକ ଅଧିକାରୀ ମାନେ ସାଧାରଣ ଜନତା ଙ୍କୁ ଡରାଇ ରଖିବା ସହିତ ପ୍ରଚୁର ପରିମାଣରେ ଅର୍ଥ ନେଇ ଭୁଆଁ ବୁଲାଉଛନ୍ତି,!
ଅନ୍ୟ ଦିଗରେ କେନ୍ଦ୍ରାପଡ଼ା ଜିଲ୍ଲା ପୂର୍ବତନ ସଭାପତି ତଥା ଜିଲ୍ଲା ବରିଷ୍ଠ ଆଇନୀ ଜୀବି ଦୁର୍ଯ୍ୟୋଧନ ସାହୁ କହି ରଖିଛନ୍ତି, କି ମୋ ପାଖରେ ଯେତିକି ରାଜନଗର ବାବଦ ରେ ଖବର ଅଛି, ରାଜନଗର ତହସିଲଦାର ମହୋଦୟ, ବିଡ଼ିଓ ମହୋଦୟ, ଥାନା ଅଧିକାରୀ ମହୋଦୟ ଏହି ତିନି ଜଣ ଅଫିସର କିଛି ବର୍ଷ ପରେ ଭଲ ଆସିଛନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଯଦି ସୁଯୋଗ ଦିଆଯାଏ,! ନିଶ୍ଚିତ ଭାବେ ସାଧାରଣ ଲୋକଙ୍କ ସରକାରୀ କାର୍ଯ୍ୟ କରିବା ପାଇଁ କେବେ ହେଲେ କୁଣ୍ଠାବୋଧ ହେବେ ନାହଁ,
ଆଜିର ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ ରେ ରାଜନଗର ବ୍ଲକ ର 29ଟି ପଂଚାୟତ ରୁ ଦଳୀୟ ଛାମୁଆ ନେତା ଓ କାର୍ଯ୍ୟକର୍ତ୍ତା ମାନେ ଶତାଧିକ ସଂଖ୍ୟାରେ ଯୋଗଦାନ କରିଥିଲେ,! ସଭା ର ଶେଷରେ ସଭା କୁ ସାଙ୍ଗ କରିବା ପାଇଁ ଦିଲ୍ଲୀପ କୁମାର ପାତ୍ର ଙ୍କ ଅନୁରୋଧ କ୍ରମେ ସଭା କାର୍ଯ୍ୟ ଶେଷ ହୋଇଥିଲା,

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




