Education

5 ଟି ସ୍କୁଲ୍ ର ତିନୋଟି ଟି ଫଳକ ରେ ହେଇଛି ବରପଦା ସରକାରୀ ସ୍କୁଲ୍  ଗ୍ରାଫିକ୍ସ…

 କଣା ତ କୋଉଠି ଭଙ୍ଗା ଦଦରା..କିନ୍ତୁ ଏହି ଘରେ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ।ଏହି ସ୍କୁଲ ପାଚେରୀ ଭାଙ୍ଗିବା ଯୋଗୁ… ସ୍କୁଲ୍ ଛୁଟି ପରେ ଓ ଗେଟ୍ ବନ୍ଦ ଥିବା ବେଳେ ନିସାଢି ଙ୍କ ବଢୁଛି ପାଦୃଭାବ ସ୍କୁଲରେ ଶ୍ରେଣୀ ଘର ନଥିବାରୁ ପିଲା ପାଠ ପଢୁଛନ୍ତି ସ୍କୁଲ ବାରଣ୍ଡାରେ …. ସ୍କୁଲ୍ ର ସ୍ମାର୍ଟ୍ ଲାବେରୀ ରୁମ୍ ହେଇଥିଲେ ମଧ୍ୟ… ତାହା କେବଳ ଟେବୁଲ ଚେୟାର ସିମୀତ ସ୍କୁଲ୍ ରେ ପିଲାମାନଙ୍କ ପାଇଁ ଆକୁଆ ପାଣି ଫିଲ୍ଟର୍ ଲାଗିଥିଲେ ମଧ୍ୟ.. ତାହା ପାଣି ପାଇପି କନେକ୍ସନ ହୋଇନାହିଁ 

 ଏ ହେଇଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଶିକ୍ଷା ଅଧୀନରେ ଶ୍ରେଷ୍ଠ ମାନ୍ୟତା ପାଇଥିବା ବରପଦା ଗ୍ରାମପଞ୍ଚାୟତ ସରକାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଏ ୧୯୨୧ମସିଆ ରେ ସ୍ଥାପିତ ହୋଇଥିଲା ବେଳେ ଏଠି ୩୦୦ ପାଖା ପାଖି ପିଲା ପାଠ ପଢ଼ୁଛନ୍ତି। ଫାଇଫ୍ ଟି କାମ ଅତି ନିମ୍ନମାନର ହୋଇଥିବାରୁ ଯାହାକି ବିଦ୍ୟାଳୟରେ ଅଧା ରଙ୍ଗ ଚଂଚଳତା କରିଛି ଠିକାଦାର, ଶ୍ରେଣୀ ଗୃହରେ ସିଲିଂ ଫଙ୍ଖା ଲାଗିଥିଲେ ମଧ୍ୟ ସ୍ମାର୍ଟ୍ ପ୍ରୋଜେକ୍ଟର ପାଇଁ ଫଙ୍ଖା ବନ୍ଦ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ବିଦ୍ୟାଳୟ ଦଶ ଲକ୍ଷ୍ୟ ଟଙ୍କାର ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ତିନୋ ତିନୋଟି ଫଳକ ହେଇଥିଲେ ମଧ୍ୟ ତାହା ସେପରି କାମ ହୋଇନାହିଁ ଏବଂ ଉଦଘାଟନ ମଧ୍ୟ ହୋଇନାହିଁ।ପୁରାତନ ଶ୍ରେଣୀ ଗୃହ ବିପଦସଂଖୁଳ ଅବସ୍ଥାରେ ଥିବା ବେଳେ ଗୋଟିଏ ଘରେ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ।ତେବେ ସବୁଠାରୁ ବଡ଼ କଥା ହେଉଛି ମଝି ଛାତ ବିମ୍ ରେ କାନ୍ଥ ଘଣ୍ଟା ଏକ ଡୋରରେ ଓଳା ଯାଇଛି। ତାହା ଫୁଣୀ ସ୍ମାର୍ଟ କ୍ଲାସ ରୁମ୍ । ବିଦ୍ୟାଳୟ ର ପଛପଟେ ଶ୍ରେଣୀଗୃହ ହେବାଲାଗି ସଂସଦ ପାଣ୍ଠିରୁ ଦଶଲକ୍ଷ୍ୟ ଟଙ୍କା ଆସିଥିବା ବେଳେ ତାହା ପାଞ୍ଚଲକ୍ଷ୍ୟ ଟଙ୍କାର ଫଳକରେ ଲେଖାହୋଇ ଶ୍ରେଣୀଗୃହ ଅଧାହୋଇ ପଡ଼ିରହିଛି।ଏହି ସବୁ ଅଭିଯୋଗ ଗ୍ରାମ ବାସୀ ଓ ବିଦ୍ୟାଳୟ ର ପୂର୍ବତନ ଉପସଭାପତି ତିଲୋଚନ ସ୍ଵାଇଁ ଲିଖିତ ଭାବେ ବଡଚଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜଣାଇ ଛନ୍ତି । ସାଧାରଣ କହିବାକୁ ଗଲେ ଶିକ୍ଷା ଅନୁଷ୍ଠାନ ହେଉଛି ମଣିଷ ତିଆରି କାରଖାନା। ସରକାର ଙ୍କ କୋଟି କୋଟି ଖର୍ଚ୍ଚ ହେଉଥିବା ବେଳେ ଏହି ସ୍କୁଲ୍ ର ନିମ୍ନମାନର କାମ କଣ ପାଇଁ ? ତେବେ ଉପରସ୍ତ ଅଧିକାରୀଙ୍କ ତଦନ୍ତ ହୁଅନ୍ତା ତେବେ ସତ ପଦାକୁ ଆସିବ ବୋଲି ସାଧାରଣ ମତ ପ୍ରକାଶ ପାଉଛି।

ବଡଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button