World

ଶୁଭ ଦୀପାବଳି

କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଇଥାଏ ଧନ ତେରସ ଏହା ସତ୍ୟ ଯୁଗୀୟ କାହାଣୀ ଉପରେ ଆଧାରିତ ll ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ଵନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ l ତାଙ୍କର ଜନ୍ମ ଦିନକୁ ଧନ ତେରସ ପାଳନ କରାଯାଏ ll ତାଙ୍କ ପରେ ମାତା ଲକ୍ଷ୍ମୀ ଙ୍କ ଉତ୍ପତ୍ତି ଦିନ କୁ ଦୀପଉତ୍ସବ ଏହା ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ll

ପୁଣ୍ଯ କାର୍ତ୍ତିକ ନରକ ଚତୁର୍ଦ୍ଦଶୀ ତିଥିରେ ପ୍ରଭୁ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ସମାପ୍ତ କରି ଅଯୋଧ୍ଯା ପ୍ରତ୍ୟାବର୍ତ୍ତନ କରିଥିଲେ l ତାଙ୍କୁ ସମଗ୍ର ଅଯୋଧ୍ଯା ବାସୀ ଦୀପ ପ୍ରଜ୍ବଳନ ପୂର୍ବକ ସ୍ୱାଗତ୍ କରିବା ର ସ୍ମୃତିରେ ଆମେ ପ୍ରତିବର୍ଷ ଏହି ଦିନକୁ ଦୀପାବଳି ରୂପେ ପାଳନ କରି ଥାଉଁ ll

ଏହି ଦିନ ଦେବୀ ସତ୍ୟଭାମା ଙ୍କ ସହାୟତା ରେ ଭଗବାନ ବିଷ୍ଣୁ ପ୍ରତାପୀ ନରକାସୁର କୁ ସଂହାର କରି ଷୋଳ ସହସ୍ର ଏକ ଶତ ବନ୍ଦୀ କୁମାରୀ କନ୍ଯା ଙ୍କୁ ଉଦ୍ଧାର କରି ଥିଲେ ll

ଆଉ ମଧ୍ଯ ପାଣ୍ଡବ ମାନେ ବନବାସ ରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ତାଙ୍କୁ ଦୀପ ପ୍ରଜ୍ବଳନ ପୂର୍ବକ ସ୍ୱାଗତ୍ କରାଯାଇଥିଲା ll

 

Related Articles

Back to top button