Education

ଚଣ୍ଡିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ।

 

ବୌଦ୍ଧ :-14/11:-(ହୃଦାନନ୍ଦ ମେହେର)-ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅଧିନସ୍ଥ ଚଣ୍ଡିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ପରିଡା ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷକ ରାଜକୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରଶେଖର ଦେହୁରୀ ଓ ସଦସ୍ୟ ପ୍ରଭଞ୍ଜନ ବେହେରା ଅତିଥି ଭାବରେ ମଂଚାସୀନ ହୋଇ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୀବନ କାହାଣୀ କହିବା ସହିତ,ପିଲାମାନେ ଭବିଷ୍ୟତରେ କିପରି ସମାଜର

ପଥପ୍ରଦର୍ଶକ ହେବେ, ସେ ବିଷୟରେ ପିଲାଙ୍କୁ ଉଦବୋଧନ ଦେଇଥିଲେ l ବିଦ୍ୟାଳୟର ଛାତ୍ର /ଛାତ୍ରୀ ସଂଗୀତା ଦେହୁରୀ, ସବ୍ୟସାଚୀ ଦେହୁରୀ, ସାଗରୀକା ଗାଇଗାଉରିଆ, ପ୍ରତିମା ବେହେରା, ସଚ୍ଚିନ ଧଳ, ପ୍ରତ୍ୟୁଷ ବେହେରା, ବିଶ୍ଵମୋହନ କହଁର, ଅଙ୍କିତା ବେହେରା, ସୋନାଲିକା ସର୍ଦ୍ଦାରସିଂ ଓ ଅର୍ଚ୍ଚତା କଲତା ପ୍ରମୁଖ ଶିଶୁଦିବସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

 

ବୌଦ୍ଧ ରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ୍ ଓଡ଼ିଶା

Related Articles

Back to top button