ପାତାଳୀ କ୍ଷେତ୍ରରେ ରେ ଚିତ୍ର ଶିବିର ଅନୁଷ୍ଠିତ

ଉଲୁଣ୍ଡା ୧୪/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ରରେ ଆଜି “ପାତାଳୀ ବ୍ରହ୍ମ “ଚିତ୍ର ଶିବିର ଅନୁଷ୍ଠିତ ହୋଇଥିଲା।ସାରା ଭାରତ ରୁ ଆସିଥିବା ବିଖ୍ୟାତ ଚିତ୍ର ଶିଳ୍ପୀ ଙ୍କୁ ନେଇ ଶ ଦୁଇ ଦିନିଆ ଚିତ୍ରକଳା ଶିବିର ଅନୁଷ୍ଠିତ ହେବ।ଏଥିରେ ମୁଖ୍ୟଅତିଥି ଭାବେ ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା ଯୋଗ ଦେଇ ଥିଲେ। ଚିତ୍ରଶିଳ୍ପୀ ସୁବାଷ ପୂଜାହାରୀ ଙ୍କ ନେତୃତ୍ବରେ ଜଗନ୍ନାଥ ସଂସ୍କୃତି ର ଗବେଷକ ଅସିତ କୁମାର ମହାନ୍ତି, ଚିତ୍ରଗୁରୁ ବଳଦେବ ମହାରଥା ଯୋଗ ଦେଇଥିଲେ। ଉତ୍ତର କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ।ଚିତ୍ର ମାଧ୍ୟମରେ ପାତାଳୀ କ୍ଷେତ୍ରର ପ୍ରଚାର ପ୍ରସାର କିଭଳି ଭାବରେ ବିଶ୍ଵ ଦରବାରରେ ପହଞ୍ଚିବ ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି।ପରେ ଚିତ୍ର ଶିଳ୍ପୀ ସୁବାଷ ପୂଜାହାରୀ,ସରୋଜ ମହାପାତ୍ର,
ଶ୍ୟାମସୁନ୍ଦର, ନୂଆଦିଲ୍ଲୀ ଚିତ୍ର ଶିଳ୍ପୀ ପ୍ରଦୋଷ କୁମାର ସ୍ଵାଇଁ ଙ୍କୁ ସମ୍ମାନିତ କରାଯାଇଥିଲା। ଶେଷ ରେ ଜଗନ୍ନାଥ ମହାପ୍ରଭୁ ଙ୍କ ଚିତ୍ର ସମସ୍ତେ ଦେଖିଥିଲେ।ଚିତ୍ରକଳା ଶିବିର ରେ କଳାକାର ତଥା ଚିତ୍ର ଶିଳ୍ପୀ ଙ୍କ ତୂଳୀ ର ଯାଦୁ ରେ ଜଗନ୍ନାଥ ସଂସ୍କୃତି ଉପରେ ଚିତ୍ର ଅଙ୍କନ କରାଯାଇଛି। ଏହି ଅବସରରେ ଶହଶହ ଚିତ୍ର ଶିଳ୍ପୀ ଉପସ୍ଥିତ ଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ।