Education

ଶିଶୁ ଦିବସରେ ଶିଶୁଙ୍କୁ ନୂଆ ପୋଷାକ ବଣ୍ଟନ ।

   ବଡ଼ଚଣା ବ୍ଲକ ସନ୍ନିକଟ ପୁରୁଷୋତ୍ତମପୁର , ସଂଞ୍ଜୟ ନଗର , ତେଲିଗଡ଼ ଆଦିବାସୀ ସାହି ମାନଙ୍କରେ ଉଦୀୟମାନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କୋମଳମତୀ ଶିଶୁ , ଯୁବକ , ବୟସ୍କ ବ୍ୟକ୍ତି ମାନଙ୍କୁ ନୂତନ ବସ୍ତ୍ର ସମେତ ଶୀତ ବସ୍ତ୍ର ଆଦି ବଣ୍ଟନ କରାଯାଇଛି । ଆଜି ପଣ୍ଡିତ ଚାଚା ନେହେରୁଙ୍କ ଜନ୍ମ ଦିନ ଅବସରରେ ,ଶିଶୁ ମାନଙ୍କ ପାଇଁ ଦିନଟିଏ ପାଳନ କରାଯାଉଥିବାରୁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଥାଏ ବୋଲି ଅନୁଷ୍ଠାନର ସଂପାଦକ ଅନିଲ କୁମାର ଦାସ କହିଥିଲେ । ସେ କହିଛନ୍ତି ଖାଲି ଶିଶୁ ଦିବସରେ ନୁହେଁ ପ୍ରତ୍ୟେକ ପର୍ବପର୍ବାଣି , ମହାପୁରୁଷଙ୍କ ଜନ୍ମ ଦିନ ମାନଙ୍କରେ ଅନୁସୂଚିତ ଜାତି ଓ ଜନଜାତି ଲୋକ ତଥା ଆର୍ଥିକ ଅନଗ୍ରସର ପରିବାରକୁ ପ୍ରତ୍ୟେକ ଦିବସରେ ପୋଷାକ ସମେତ ଲୁଗାପଟା , ଶୀତବସ୍ତ୍ର ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥାଏ । 

   ଅନ୍ୟ ମାନଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ପ୍ରକାଶ କୁମାର ନାୟକ , କାର୍ତ୍ତିକ ଚନ୍ଦ୍ର ଜେନା , ମଦନ ମୋହନ ପରମାଣିକ , ଲିଙ୍ଗରାଜ ପୃଷ୍ଟି , ସୁଜିତ କୁମାର ସିଂହ , ଚନ୍ଦନ କୁମାର ପଣ୍ଡା , ସୁଶାନ୍ତ କୁମାର ଜେନା , ପ୍ରତାପ ଚନ୍ଦ୍ର ଦାସ , ଆଶୁତୋଷ ଦେବୀପ୍ରସାଦ ରାଉତ , ସାଗର ରଂଜନ ନାୟକ ,ଅଜିତ କିଶୋର ନାୟକ , ଅନିଲ କୁମାର ପାତ୍ର ଉପସ୍ଥିତ ରହି ପିଲାମାନଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପରେ ପରେ ଅନୁଷ୍ଠାନ ପକ୍ଷରୁ ସ୍ଥାପନ କରାଯାଇଥିବା ନେହେରୁଙ୍କ ପ୍ରତିମୂର୍ତ୍ତି ସହିତ ଅନ୍ୟାନ୍ୟ ମହାପୁରୁଷଙ୍କ ଅବୟବ ମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେହିପରି ଉଦୀୟମାନ କଳାପରିଷଦରେ ଛାତ୍ରଛାତ୍ରୀ ମାନଙ୍କୁ ଭଗବତ ଗୀତା ବହି ଓ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ଭାବରେ ପ୍ରଫେସର କେଦାର ନାଥ ଦାଶ , ଡ଼ଃ ଦିଲ୍ଲୀପ କୁମାର ନାୟକ ଯୋଗ ଦେଇ ବହୁ ଉପାଦେୟ କଥା ମାଧ୍ୟମରେ କହିଲେ ଶିଶୁ ହସିଲେ ଦୁନିଆ ହସେ , ଆଜିର ଶିଶୁ କାଲିର ଭବିଷ୍ୟତ । ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ।

Related Articles

Back to top button