Religion

ଅନ୍ଧବିଶ୍ୱାସ ଏକ ସାମାଜିକ ବ୍ୟାଧି ଯାହା ସମାଜ ସଂସ୍କାର ଦିଗରେ ବାଧା ଦେଇଥାଏ –ପୂଜ୍ୟପୂଜକ ବାବା ବଳିଆଙ୍କ ମନ୍ତବ୍ୟ !

ତିର୍ତ୍ତୋଲ :- “ଆଜିର ବିଜ୍ଞାନ ଯୁଗରେ ପୁରାତନ ସଂସ୍କାର ବିହୀନ ଅନେକ ଅନ୍ଧବିଶ୍ୱାସ ମଣିଷ ସମାଜକୁ ନିମ୍ନଗାମୀ କରି ଚାଲିଛି ! ଏହି ଅନ୍ଧବିଶ୍ୱାସ ଏକ ସାମାଜିକ ବ୍ୟାଧି, ଯାହା କରୋନା ଠାରୁ ବି ଭୟଙ୍କର ! ପରିବାର ମଧ୍ୟରେ କେତେକ ଅନ୍ଧ ବିଶ୍ୱାସ ପାରିବାରିକ ଶୃଙ୍ଖଳାକୁ ଭଙ୍ଗ କରିଥାଏ !ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନରେ ପାରିବାରିକ ପ୍ରୀତି ନରହିଲେ ସମାଜ ସୁଧୁରିବା ଅସମ୍ଭବ ! ପରିଣତ ବୟସର ପିତାମାତାଙ୍କ ପ୍ରତି ପୁତ୍ର କନ୍ୟା ମାନେ ସମ୍ବେଦନଶୀଳ ନହେଲେ ସେମାନଙ୍କ ଆଖିରୁ ଝରି ପଡୁଥିବା ଲୁହ ଅଭିଶାପ ରେ ପରିଣତ ହୋଇଯାଏ ! ପିତାମାତା ମାନେ ଯେବେ

ନିଜର ସନ୍ତାନ ମାନଙ୍କୁ ଶିକ୍ଷାସଂସ୍କାର ନଦିଅନ୍ତି, ତେବେ ସମାଜ ବିଜିଡ଼ି ଯିବା ସ୍ୱାଭାବିକ” ବୋଲି ପଦ୍ମଶ୍ରୀ ବାବା ବଳିଆ ମତ ରଖିଛନ୍ତି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ସ୍ଥିତ ବୀଣାପାଣି ମଣ୍ଡପରେ “ଆମ ସମାଜ ଆମ ପରିବାର ” ଶୀର୍ଷକ ସାମାଜିକ ସଚେତନତା ବାର୍ତ୍ତା ମାଧ୍ୟମରେ ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ନିତିଦିନ ବ୍ୟାପି ଆଲୋଚନା ର ଆୟୋଜନ କରିଛନ୍ତି ! ସାମାଜିକ କୁସଂସ୍କାରରୁ ଦୁରେଇ ରହି ସମାଜର ମାଙ୍ଗଳିକ କାର୍ଯ୍ୟରେ ସ୍ୱାମୀ ହରାଇ ଥିବା ମାଆ ମାନଙ୍କୁ ସାମିଲ

କରିବାକୁ, ଏବଂ ପ୍ରତିଟି ବିଷୟରେ ନିଜନିଜର ଜୀବନକୁ ସୁଧାରି ନେଇ ଏକ ଆଦର୍ଶ ପରିବାର ଗଠନ କଲେ, ଏକ ଉତ୍ତମ ସମାଜ ଗଢି ଉଠିବ ବୋଲି ସଂସ୍କାର ଧର୍ମୀ ବାର୍ତ୍ତା ସମସ୍ତଙ୍କୁ ଚକିତ କରିଥିବାର ଦେଖା ଯାଇଥିଲା ! ସମନ୍ୱୟ ଚିନ୍ତନ ଧାରାରେ ବିଶ୍ଵବନ୍ଦିତ ସଦଗୁରୁ ତଥା ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ, ନାମାଚାର୍ଯ୍ୟ ବିଶ୍ଵଗୁରୁ ବାୟାବାବା, ଶ୍ରୀମା ଅରବିନ୍ଦ, ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ, ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର, ଶିରିଡି ସାଇ, ସତ୍ୟସାଇ, ବଡ ବାବାଜୀ ରାଧାରମଣ ଦେବ, ସଖି ମାଆ, ବାବାଜୀ ରାମଦାସ, ସ୍ୱାମୀ ଶିବାନନ୍ଦ, ଶ୍ରୀଶ୍ରୀ ରବିଶଙ୍କର, ବୈକୁଣ୍ଠ ନାଥ, ଠାକୁର ଶ୍ରୀ ଅଭିରାମ ପରମହଂସ ପ୍ରମୁଖ ସାଧୁ ସନ୍ଥ ମାନଙ୍କର ପୂଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ଥିଲା !ଶହସ୍ରାଧିକ ଶ୍ରଦ୍ଧାଳୁ ଦୈନିକ ଆଲୋଚନା ଶ୍ରବଣ ରେ ଯୋଗଦେଇ ବଳିଆ କଥାମୃତ ଆସ୍ଵାଦନ କରିଥିବାର ଦେଖା ଯାଇ ଥିଲା !ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ଅଞ୍ଚଳର ଲୋକପ୍ରିୟ ସମାଜସେବୀ ଭାବେ ଶ୍ରୀ ପତିତପାବନ ହୋତା, ଅକ୍ଷୟ କୁମାର ଦାସ, ଯୋଗେଶ ଚନ୍ଦ୍ର ଦାଶ, ଡ଼କ୍ଟର ବିମଳ ଚନ୍ଦ୍ର ଦାସଏବଂ ସୁରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନାରେ ଅନନ୍ତ ବଳିଆ ଟ୍ରଷ୍ଟ ତରଫରୁ ବାବା ବଳିଆଙ୍କ ସ୍ୱହସ୍ତରୁ ମାନପତ୍ର, ଉପଢୌକନ ଉତ୍ତରୀୟ, ଓଃ ପୁଷ୍ପଗୁଛ ଗ୍ରହଣ କରିଥିଲେ ! ତିନିଶହରୁ ଅଧିକ ଚାରା ବଣ୍ଟନ କରାଯାଇ ପରିବେଶ ନିର୍ମାଣ କରିବାକୁ ବୃକ୍ଷ ରୋପଣ ନିମନ୍ତେ ପ୍ରୋତ୍ସାହନ କରାଯାଇଥିଲା ! ଏହି ସମସ୍ତ କାର୍ଯ୍ୟରେ ଶ୍ରୀଯୁକ୍ତ ନରହରି ମିଶ୍ର, ମନୋରଞ୍ଜନ ମହାପାତ୍ର, ରବିନାରାୟଣ ସାହୁ, ଧୀରେନ୍ଦ୍ର କୁମାର ମିଶ୍ର, ଅନନ୍ତ ବଳିଆ ଟ୍ରଷ୍ଟ ର କୁନୁ ଭାଇ ଓ ପ୍ରକାଶ ଭାଇ ପ୍ରତ୍ୟେକ୍ଷ ପରିଚାଳନା କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button