ଭେଙ୍କଟେଶ୍ୱର ସ୍କୁଲରେ ଶିଶୁଦିବସ ପାଳନ


ତିର୍ତ୍ତୋଲ -::ଭାରତର ପ୍ରତିଟି ଶିକ୍ଷାନୁଷ୍ଠାନ ମାନଙ୍କ ରେ ନଭେମ୍ବର ୧୪ ତାରିଖରେ ମାନ୍ୟବର ନେହେରୁଙ୍କ ଜନ୍ମ ଦିବସକୁ ପାଳନ କରାଯାଉଛି ଶିଶୁ ଦିବସ ଭାବେ !ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣନନ୍ଦପୁର ସ୍ଥିତ ଭେଙ୍କଟେଶ୍ୱର ଇଂଲିଶ ମିଡ଼ିଅମ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପାଳନ କରାଯାଇଛି ଶିଶୁଦିବସ !ଏହି କାର୍ଯ୍ୟକ୍ରମରେ ସ୍କୁଲର ସେକ୍ରେଟାରୀ ସେକ ମନୱର ଅଲ୍ଲୀ ସଭାପତିତ୍ୱ

କରିଥିବା ବେଳେ ପ୍ରିନ୍ସପାଲ ନଟବର ଦାଶଙ୍କ ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥିବାରୁ ସହକାରୀ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ! ଛାତ୍ରଛାତ୍ରୀ ମାନେ ବିଭିନ୍ନ ରକମର ପୋଷାକ ପରିଧାନ କରି ନିଜର ଦକ୍ଷତା ପ୍ରଦାନ କରିଥିବା ବେଳେ, ବକ୍ତୃତା ଓ ଦେଶାତ୍ମବୋଧ ସଂଗୀତ ଗାନ କରିଥିଲେ! ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜନିଜର ବକ୍ତୃତା ଦେଇସାରିଲା ପରେ ସ୍କୁଲର ସେକ୍ରେଟାରୀ ଛାତ୍ରଛାତ୍ରୀ ଙ୍କ

ଜୀବନରେ ଚାଚା ନେହେରୁଙ୍କ ଆଦର୍ଶ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ଉତ୍ସାହିତ ମନ୍ତବ୍ୟ ଦେଇଥିଲେ !
ପରିଶେଷରେ ନେହେରୁ ଜୀ ଙ୍କ ଜନ୍ମଦିନର କେକ୍ କଟାଯାଇ ନେହେରୁଜୀ ଙ୍କୁ ଶୁଭେତ୍ସା ଜଣାଇଥିଲେ ! ଏଥିରେ ସ୍କୁଲର ମିସ ମାନଙ୍କ ମଧ୍ୟରେ ବନଲତା ଦାସ, ସାନିୟା କ୍ଵାମର ସୁଲତାନା, ଜ୍ୟୋତିର୍ମୟୀ ସିଂହ, ସୂଦୀପ୍ତା ମଲ୍ଲିକ, ଅନିତା ଦାଶ, ସ୍ମୃତିରେଖା ମଲ୍ଲିକ, ତମସା ଜେନା, ନଗମା ମେହେଜାବୀନ, ତବସୁମ ଆରା, ରଶ୍ମିତା ମହାନ୍ତି, ଗୁଲାପସା ପରବିନ,ଶିକ୍ଷକ ମାନଙ୍କ ମଧ୍ୟରେ ସରୋଜ କୁମାର ସାହୁ,ରତିକାନ୍ତ ନାୟକ, ଜିତେନ୍ କୁମାର ସାହୁ, ସନ୍ତୋଷ କୁମାର ମହାନ୍ତି,
ମନୋରଞ୍ଜନ ସିଂହ, ଇସରତ ଯାହାନ, ତଵସୁମ୍ ବିବି, ସାହୀନା ଖାତୁନ, କନିଜ ଫତମା, ସୋନାଲି ଦାଶ, ବନ୍ଦନା ରାଉତ, ଶୁଭଶ୍ରୀ ବେହେରା ଏବଂ ଦୀକ୍ଷା ଦୀପିକା ପ୍ରସାଦ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ !ନର୍ସରୀ ରୁ ଆରମ୍ଭ ହୋଇ ଷ୍ଟାଣ୍ଡାର୍ଡ -୮ ପର୍ଯ୍ୟନ୍ତ କ୍ଲାସ ଚାଲିଥିବା ବେଳେ ୨୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ! ଆଞ୍ଚଳିକ ଗ୍ରାମୀଣ ପରିବେଶରେ ନିର୍ମିତ ଇଂରାଜୀ ମିଡ଼ିଅମ୍ ବିଦ୍ୟାଳୟ ଟି ଦକ୍ଷତା ସମ୍ପର୍ଣ୍ଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନିୟୋଜିତ କରି ଥିବାରୁ ଦୂର ଦୁରାନ୍ତରୁ ଶିକ୍ଷାର୍ଥୀ ମାନେ ମଧ୍ୟ ଅଧ୍ୟୟନ ପାଇଁ ଆକର୍ଷିତ ହେବାରେ ଲାଗିଥିବାର ଉପଲବ୍ଧି ହେଉଛି !

ତିର୍ତ୍ତୋଲରୁ ସନାୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




