ଘଣ୍ଟାପଡ଼ା ହାଇସ୍କୁଲରେ ଶିଶୁ ଦିବସ ପାଳିତ । ଛାତ୍ରଛାତ୍ରୀଙ୍କୁ ଆଲୁମିନୀ ଦେଲେ ଉପହାର।


କଣ୍ଟାମାଳ, ୧୪/୧୧ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ଵରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଲୁମିନୀ ଅଧ୍ୟକ୍ଷ ସୁଶାନ୍ତ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନେହେରୁଙ୍କ ଭଳି ପ୍ରତିଭାବାନ ବ୍ୟକ୍ତି ହୁଅ ,ଦେଶ ଯେପରି ତୁମରି ଜନ୍ମଦିନ ପାଳନ

କରିବ। ସେହିପରି ଅନ୍ୟତମ ଅତିଥି ଭାବେ ଆଲୁମିନୀ ସଦସ୍ୟ ସୂର୍ଯ୍ୟନାରାୟଣ ସାହୁ, ପ୍ରଭାତ କୁମାର ସାହୁ, ମନୋଜ ପାଣିଗ୍ରାହୀ, ସହକାରୀ ଶିକ୍ଷକ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହିଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ଡିବେଟ, ଚିତ୍ରାଙ୍କନ, କୁଇଜ,ରଚନା ଭଳି କେତୋଟି ପ୍ରତିଯୋଗୀତା କରାଯାଇଥିଲା। ଆଲୁମିନୀଙ୍କ ତରଫରୁ କୃତି ଛାତ୍ରଛାତ୍ରୀଙ୍କୁ ଚିତ୍ରାଙ୍କନକିଟ୍ସ, ଡିବେଟବହି, କୁଇଜ ବହି, ନୋଟବୁକ , କଂସାସ ଓ ବଲପେନ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଲିପୁନ ପ୍ରଧାନ,

ଚନ୍ଦ୍ରକାନ୍ତ ବେହେରା , ଆକାଶ ମେହେର, ସୁବାସ ସାହୁ, ଶାନ୍ତାନୁ ସେଠୀ,ମନ୍ଦାକିନୀ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ।ସେହିପରି ଘଣ୍ଟାପଡ଼ାର ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଯୁକ୍ତଦୁଇ ଓ ଡିଗ୍ରୀ କଲେଜରେ ଶିଶୁ ଦିବସ ପାଳିତ ହୋଇଯାଇଛି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




