Country

୩୫ତମ କଣ୍ଟାମାଳ କାଳୀପୂଜାର ତୃତୀୟ ସଂଧ୍ୟା *ହଜାର ହଜାର ଦର୍ଶକରେ ଦୁଲୁକୁଛି ମହିଷାସୁର ଦରବାର * ମହିଷାସୁର ଙ୍କ ଦ୍ୱାରା ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳପୁର ଆକ୍ରମଣ ଓ ବିଜୟଲlଭ l

 

କଣ୍ଟାମାଳ, ତା୧୪/୧୧ (ପ୍ରଭାତ କୁମାର ସାହୁ)ହଜାର ହଜାର ଦର୍ଶକରେ ଦୁଲୁକୁଛି ଯାତ୍ରା ପଡ଼ିଆ ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଲରାକୋଠା ୟୁଥ ଫ୍ରେଣ୍ଡସ ଆସୋସିଏସନର ୩୫ତମ ସାର୍ବଜନୀନ ମା’ଶ୍ୟାମା କାଳୀପୂଜା ଅବସରରେ ଆୟୋଜିତ ମହିଷାସୁର ଦରବlରର ତୃତୀୟ ସଂଧ୍ୟାର ରଙ୍ଗସଭାରେ ରାଜ ଅତିଥିଭାବେ ଦୁଇ ନମ୍ବର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ ଏବଂ ବରଗାଁ

ସରପଞ୍ଚ ପ୍ରତିନିଧି ପିନାକଧର ରଣା, ସମାଜସେବୀ ଶ୍ରୀକାନ୍ତ ମିଶ୍ର,ଗାନ୍ଧୀ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ଧାରଣୀସେନ ସାହୁ ଅତିଥି ପରିଚୟ ଏବଂ ରଙ୍ଗସଭା ପରିଚାଳନା କରିଥିଲେ l ରଙ୍ଗସଭାରେ କୁନିକୁନି କଳାକାରଙ୍କ ନୃତ୍ୟଗୀତରେ ବିମୋହିତ ଦୈତ୍ୟରାଜ ମହିଷାସୁର । ପରେ ନାଟକ ମାଧ୍ୟମରେ ମହିଷାସୁର ସ୍ୱର୍ଗ,ମର୍ତ୍ତ୍ୟ ଓ ପାତାଳପୁର ଆକ୍ରମଣ କରି ବିଜୟ ଲାଭ କରିସାରିବା ପରେ ଶିବଲୋକ ଆକ୍ରମଣ ପାଇଁ ପ୍ରତିଜ୍ଞା

ନେଇଥିବା ନାଟକ ମଞ୍ଚସ୍ଥ ହୋଇଥିଲା l କଳାକାର ମନୋରଞ୍ଜନ ଚିରଗୁଣି ଙ୍କ ମହିଷାସୁର ଅଭିନୟକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ l ଏଥିରେ ବିଜୟ ଷlଣ୍ଢ -ବାସୁକୀନାଗ, ଗୋପବନ୍ଧୁ ଚିରଗୁନି -ଅନନ୍ତ, ଟିପୁନ ବାରିକ -ତଥ୍ୟକ,ପ୍ରସନ୍ନ ନାଥ -ରକ୍ତ ବୀର୍ଯ୍ୟ, ମଧୁ ରାଉତ -ନାରଦ, କୃଷ୍ଣ ଓ ପିଛାଲୁ -ଚଣ୍ଡ ମୁଣ୍ଡ, କାଜଲ -ମହାରାଣୀ ଏବଂ ରାଜ ପ୍ରହରୀ ଭାବେ ମି ଅଭିନୟ କରିଥିଲେ l ବାଦ୍ୟଯନ୍ତ୍ରରେ ଦୟା, ନବ ଓ ସୁରେନ ଆଦି ସହଯୋଗ କରିଥିଲେ l କାର୍ଯ୍ୟକ୍ରମକୁ କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଣା ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button