ସୂର୍ଯ୍ୟମୁଖୀର ୩୩ତମ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ବାବା ଶ୍ରୁତିସାଗର ମହାରାଜଜୀ


ପାରାଦ୍ୱୀପ –::”ପର ହିତ ପାଇଁ କାନ୍ଦେ ଯା ହୃଦୟ ମହତ ମଣିଷ ସେହି, ପରିବେଶ ପାଇଁ କାନ୍ଦେ ଯା ପରାଣ ଅତୀମାନବ ଯେ ସେହି !”ବିପଥଗାମୀ ମଣିଷର ଅଧୋଗତିରୁ ଯିଏ ନିଜର ଜ୍ଞାନଲୋକ ଦ୍ୱାରା ସତ ମାର୍ଗରେ ପରିଚାଳିତ କରାଇଥାଏ ସେଇତ ଅତୀମାନବ !ସାମ୍ପ୍ରତିକ ସମାଜରେ ଦିନକୁଦିନ ପରିବେଶ ବିଗିଡି ଯାଉଥିବା ବେଳେ ପରିବେଶକୁ ସ୍ୱଚ୍ଛ ଆଉ ସୁରକ୍ଷା ଦେବାକୁ ଯାହାଙ୍କର ଦିଗଦର୍ଶନ ସ୍କୁଲ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯନ୍ତ ପ୍ରଭାବ ପକେଇ ପାରିଛି !ବୃକ୍ଷରୋପଣ ହିଁ ପରିବେଶକୁ ସ୍ୱଚ୍ଛ ରଖିପାରିବ ଓ

ଆୟୁର୍ବେଦିକ ବଳୟଚକ୍ର ସୃଷ୍ଟି କରି ଦୂଷିତ ପ୍ରଦ୍ୟୁଷଣ ମୁକ୍ତ କରାଇପାରିବ ବୋଲି ଯିଏ ଗବେଷଣାତ୍ମକ ଦୃଢୋକ୍ତି ପ୍ରଦାନ କରନ୍ତି ! ସେ ହେଉଛନ୍ତି ଆମ ଜିଲ୍ଲାର ଗର୍ବଗୌରବ ଆଧ୍ୟାତ୍ମିକ ଚେତନାର ଉତ୍ସ,ସ୍ୱାମୀ ଶ୍ରୁତିସାଗର ସରସ୍ବତୀ ମହାରାଜଜୀ !ସଂସ୍କୃତରେ ଅଗାଧ ଜ୍ଞାନର ଗାରିମା, ଅଧ୍ୟାପକ ରୁ ଆଧ୍ୟାତ୍ମିକ ଗୁରୁ ଏକ ବିସ୍ତିର୍ଣ୍ଣ ଅଧ୍ୟାୟର ସ୍ରଷ୍ଟା , ସାମାଜିକ କ୍ଷେତ୍ରରେ ବିଜ୍ଞାନ ଓ ପୌରାଣିକ ଉପାଖ୍ୟାନ କୁ ବ୍ୟାଖ୍ୟା କରି ବାରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନସ୍ଥ ବଡ଼ପାଳସ୍ଥିତ ଅଣାକାର ଆଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଶ୍ରୁତିସାଗର ସରସ୍ବତୀ ମହାରାଜଜୀ ନିକଟରେ ପାରାଦ୍ୱୀପ ଠାରେ ଆୟୋଜିତ ସାହିତ୍ୟ ଆସର ସୂର୍ଯ୍ୟମୁଖୀ ର ୩୩ତମ ବାର୍ଷିକ ଉତ୍ସବରେ “ପରିବେଶ ସୁରକ୍ଷା ” ପାଇଁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ! ମାନପତ୍ର ସହିତ ଉପଢୌକନ ଓ ପୁଷ୍ପଗୁଛ ଦେଇ ଅନୁଷ୍ଠାନ ସମ୍ବର୍ଦ୍ଧିତ କରି ଥିବାରୁ ଅଣାକାର ଆଶ୍ରମ ତରଫରୁ ଅନୁଷ୍ଠାନର ଦୀର୍ଘ ଜୀବନ କାମନା କରାଯାଇଛି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




