ମହେଶ୍ୱରପିଣ୍ଡା ଗ୍ରାମରେ କାଳୀପୂଜା ଅନୁଷ୍ଠିତ।


ବୌଦ୍ଧ-୧୩-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ରକ୍ସା ପଞ୍ଚାୟତ ମହେଶ୍ୱରପିଣ୍ଡା ଗ୍ରାମରେ ୪୨ ତମ ଶ୍ୟାମା କାଳୀପୂଜା ଅନୁଷ୍ଠିତ ହୋଇଛି। ପଣ୍ଡିତ ପ୍ରାଣବନ୍ଧୁ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରାଜିନ୍ଦ୍ର ଅମାତ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ। ଏଅବସରରେ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଥିଲା। ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ରାମାୟଣ ଗାନ କରିଥିବା ବେଳେ ବିଜ୍ଞେସୀ ବାରିକ ପାଳିଆରେ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ମାଁ, ମେଲୋଡି ପରିବେଷଣ କରାଯାଇଥିଲା। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ହୋଇଥିଲା। ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ଡାଙ୍ଗଙ୍କ ତତ୍ୱାବଧାନରେ ପ୍ରମୋଦ ସାହୁ, ପଞ୍ଚାନନ ବେହେରା, ରଶ୍ମି ଭୋଇ, ଠାକୁର ଭୋକ୍ତା, ରାଇଡୁ ଭୋଇ, ପସନ୍ଦ ବେହେରା, ନିରଞ୍ଜନ ବଡମାଳି, ଦୀପ୍ତିରଞ୍ଜନ ପାଣ୍ଡେ ତଥା ମହେଶ୍ୱରପିଣ୍ଡା ଗ୍ରାମବାସୀ ପୂଜା ଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




