ଅଖିଳ ଭାରତବର୍ଷୀୟ ଯାଦବ ମହାସଭା।


-ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ମା ଶିଖର ଚଣ୍ଡିଙ୍କ ପାଦ ଦେଶରେ ତ୍ରୟୋଦଶ ବାର୍ଷିକ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି।ଏହି ଗିରି ଗୋବର୍ଦ୍ଧନ ପୂଜା ୧୩ ବର୍ଷ ଧରି ହେଉଅଛି।ଧୁଳେଶ୍ୱର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହାସଭାରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବଡଚଣାର

ବିଧାୟକ ଅମର ପ୍ରସାଦ ଶତପଥି,ମୂଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ ବରିଷ୍ଟ ସାମ୍ବାଦିକ ରବି ଦାସ,ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ଥିଲେ ଯାଜପୁର ଜିଲ୍ଲା ପରିଷଦ ଉପାଦକ୍ଷ ଗଣେଶ୍ୱର ବରାଳ,ବ୍ଲକ ଅଧକ୍ଷା ମିନତୀ ସେନାପତି,ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ,ଜତିନ୍ଦ୍ର ନାଏକ, ଚଣ୍ଡିତଳ ର ପୂର୍ବତନ ସମିତି ସଭ୍ୟ ଚିନ୍ମୟ ମହାନ୍ତି,ବିଜୟ ବାରିକ୍,ଅନୁଷ୍ଠାନର ପ୍ରତିଷ୍ଠାତା ତ୍ରିଲୋଚନ ବାବୁ,ରାଜ୍ୟ ସଭାପତି ଉତ୍ତମ କୁମାର ଦାସ,ଯୁବ ସଭାପତି ଟଙ୍କଧର ଦାସ,କାର୍ଯ୍ୟ କାରିଣୀ ସଭାପତି ଚିତ ରଂଜନ କଂଶ ଅଂଶ ଗ୍ରହଣ କରିଥିଲେ ।ଏହି ସଂଗଠନର ମୂଖ୍ୟ ଲକ୍ଷ ହେଉଛି ସମାଜରେ ଥିବା ଗରିବ ଓ ଅବହେଳିତ ଲୋକଙ୍କୁ ସାହାର୍ଯ୍ୟ କରିବା ଓ ସନାତନ ସଂସ୍କୃତିକୁ ବଂଚାଇ ରଖିବା।ଦ୍ୱାପର ଯୁଗରେ ଯାଦବ ମାନେ ଆଗୁଆ ଥିଲେ କିନ୍ତୁ ଏବେ ବହୁ ପଛରେ ।ଭଗବାନ ଶ୍ରୀକୃଷ୍ଣ ଯାଦବ କୂଳରେ ଜନ୍ମ ଲାଭ କରିଥିଲେ ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




