Country

ବାରକ – ବୋଲେରୋ ମୁହାଁମୁହିଁ ଧକ୍କା, ବାଇକ ଚାଳକ ଗୁରୁତର, ଅଳ୍ପକେ ବର୍ତ୍ତିଲେ ଦର୍ଶନାର୍ଥୀ ।

 

କଣ୍ଟାମାଳ, ୧୩/୧୧:(ପ୍ରଭାତ କୁମାର ସାହୁ)ବୋଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧିନ ୪୧ନଂ ରାଜ୍ୟ ରାଜପଥରୁ ସଂଲଗ୍ନ ପୋଡ଼ାପଦର. ସିଲେଟପଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାର ପୋଡ଼ାପଦର ନିକଟସ୍ଥ କୁକୁଡ଼ା ଫାର୍ମ ନିକଟରେ ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା ଫଳରେ ବାଇକ ଚାଳକ ଗୁରୁତର । ତାଙ୍କ ନାମ ଅର୍ଜ୍ଜୁନ ବୋଷ, ଘର ବିହାର ରାଜ୍ୟର ରାଞ୍ଚିର ବୋଲି ଜଣା ପଡିଛି । ସେ କୁନାଶିଲା ଗ୍ରାମରେ ନିର୍ମିତ ପାଣି ଟାଙ୍କିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।ସେ କୌଣସି କାର୍ଯ୍ୟରେ ଘଣ୍ଟାପଡ଼ା ବଜାରରୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ହେବା ଖବର ପାଇ ଘଣ୍ଟାପଡ଼ା ପୋଲିସ ଆହତକୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲା।ପରେ ଅଧିକ ଗୁରୁତର ଥିବାରୁ ଆହତ ଅର୍ଜ୍ଜୁନକୁସୋନପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନାମତେ ସୋମବାର ସକାଳୁ ପଲସାଗୋରା ନିକଟସ୍ଥ ବାଲିଯୋରି ଗ୍ରାମର କେତେକ ମହିଳା ଶ୍ରଦ୍ଧାଳୁ ଉମା ପଞ୍ଚାୟତର ରେଘାମୁଣ୍ଡା ଗ୍ରାମରେ ଅବସ୍ଥିତ ଶିବ ମନ୍ଦିରକୁ ମହାଦେବ ବାବାଙ୍କ ଦର୍ଶନ ନିମନ୍ତେ ଏକ ବୋଲେରୋ ନଂ ଓଡି ୧୯-୪୮୨୨ରେ ଦର୍ଶନ ସାରି ଫେରୁଥିବା ସମୟରେ ପୋଡାପଦର ପଟରୁ ଯାଉଥିବା ବାଇକ ଚାଳକ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ ଚାଳକଙ୍କ ଆଣ୍ଠୁରେ ଗଭୀର କ୍ଷତ ସହ ଗୁରୁତର ହୋଇଥିବା ସ୍ଥଳେ ଅଳ୍ପକେ ବର୍ତ୍ତିଲେ ମହିଳା ଦର୍ଶନାର୍ଥୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବାଇକକୁ କେଉଁ ଆଡ଼େ ଲୁଚେଇ ଦେଇଛନ୍ତି। କିନ୍ତୁ ବାଇକର ଆଗଚକର ରିମ ଭୁଷୁଡ଼ି ପଡ଼ିଛି। ଥାନା ତଦନ୍ତ ଅଧିକାରୀ ବିଶ୍ଵାମିତ୍ର ଲୋଇ ସମସ୍ତ ମହିଳା ଦର୍ଶନାର୍ଥୀଙ୍କୁ ଅନ୍ୟ ଏକ ଗାଡିରେ ତାଙ୍କ ଗାଁକୁ ପଠାଇ ଦେଇଛନ୍ତି ଓ ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button