ମନୋରମା ବେହେରାଙ୍କ ପାଇଁ ଦେବଦୂତ ସାଜି ରକ୍ତଦାନ କଲେ ମନୋଜ ମେହେର ।


ବୌଦ୍ଧ -୧୩/୧୧-(ହୃଦାନନ୍ଦ ମେହେର)-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ (ମାଧପୁର) କରଞ୍ଜକଟା ଗ୍ରାମ ପଞ୍ଚାୟତ ର କରଞ୍ଜକଟା ଗ୍ରାମର ଜିତେନ୍ଦ୍ର ବେହେରା ଙ୍କ ସ୍ତ୍ରୀ ମନୋରମା ବେହେରା ବୟସ (୨୫)ଙ୍କୁ ୧୧.୧୧.୨୦୨୩ ଶନିବାର ଦିନ ବୌଦ୍ଧ ଡାକ୍ତରଖାନା କୁ ପ୍ରସବ ପାଇଁ ଆଣିଥିଲେ। ଶନିବାର ଦିନ ତାଙ୍କର ସ୍ତ୍ରୀ ଙ୍କ ଗୋଟିଏ ଶିଶୁ କନ୍ୟା ଜନ୍ମ ହୋଇଥିଲା। ଶିଶୁ କନ୍ୟା ଜନ୍ମ ହେଲାପରେ ତାଙ୍କର ୪.୮ ରକ୍ତ ରହିଥିଲା । ତାଙ୍କୁ ତାଙ୍କର ନିଜର ଜଣେ ବ୍ୟକ୍ତି ଗୋଟିଏ ରକ୍ତଦାନ କଲେ । ତାପରେ ଆଉ ରକ୍ତ ଦରକାର ପଡ଼ିବାରୁ ଜଣେ ବ୍ୟକ୍ତି ରକ୍ତଦାନ ଜୀବନଦାନ, ବୌଦ୍ଧ ଗ୍ରୁପରେ ମେସେଜ ଦେଇଥିଲେ । ଏହି ମେସେଜ ଟିକୁ ଦେଖି ଗ୍ରୁପର ଆଡମିନ ସାମ୍ବାଦିକ ତଥା ସମାଜସେବୀ ହୃଦାନନ୍ଦ ମେହେର ତାଙ୍କ ସ୍ଵାମୀ ଜିତେନ୍ଦ୍ର ବେହେରା ଙ୍କ ସହ ଯୋଗାଯୋଗ କରିଥିଲେ । ତାପରେ ନାରାୟଣ ନଗର ଗ୍ରାମର ମନୋଜ ମେହେର ବହୁତ ଥର ରକ୍ତଦାନ କରିଥିବାରୁ ତାଙ୍କୁ ଫୋନ କଲେ । ତାଙ୍କର ରକ୍ତ B+ve ହୋଇଥିବାରୁ ସେ ରକ୍ତଦାନ କରିବାକୁ ରାଜି ହୋଇଥିଲେ । ଆଜି ଦିନ ୧୧ ଘଣ୍ଟା ସମୟରେ ହୃଦାନନ୍ଦ ମେହେର ,ମନୋଜ ମେହେରଙ୍କୁ ନେଇ ବୌଦ୍ଧ ରକ୍ତଭଣ୍ଡାରରେ ପହଞ୍ଚିଥିଲେ ଏବଂ ସେଠାରେ ରକ୍ତଦାନ କରିଥିଲେ । ମନୋଜ ମେହେର ନିଜ ଇଚ୍ଛାରେ ରକ୍ତଦାନ କରିଥିବାରୁ ତାଙ୍କୁ ଜିତେନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ବହୁତ ଧନ୍ୟବାଦ ଦେଇଥିଲେ।

ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




