୬୩ହଜାର ଗଞ୍ଜେଇ ଗଛ ନଷ୍ଟ କଲା କଣ୍ଟାମାଳ ପୋଲିସ କିନ୍ତୁ ଅବକାରୀ ବିଭାଗ ଚୂପ


କଣ୍ଟାମାଳ, ୧୩।୧୧: (ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା ପୋଲିସ ବିଭାଗ ପାଇଁ ସିଜନ ୧ ଆରମ୍ଭ କଲା କଣ୍ଟାମାଳ ପୋଲିସ। ବୁଧବାର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ପୋଲିସର ଏକ ଟିମ୍ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଣିସିମେଲ ଗ୍ରାମ୍ୟ ଜଙ୍ଗଲ ନିକଟରେ ଚଢ଼ାଉ କରି ବେଆଇନ ଭାବରେ ଚାଷ ହୋଇଥିବା ହଜାର ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛି | ଉତୂର୍ଲ୍ଲା ମୌଜାର କାଣିସେମେଲ ଗ୍ରାମ ନିକଟସ୍ଥ ଜଙ୍ଗଲର ୪୨ଏକର ପରୀମିତ ଜାଗାରେ ବେଆଇନ ଭାବରେ ଚାଷ ହୋଇଥିବା ୬୩ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ସଂପୂର୍ଣ୍ଣ ନଷ୍ଟ କରିଦେଇଛି | ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ବଜାର ମୂଲ୍ୟ ୬କୋଟି ୩୦ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି | ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇର ଭୂସ୍ବର୍ଗ କୁହା ଯାଉଥିବା ବେଳେ ଜିଲ୍ଲାର ଅନେକ ଆଭ୍ୟନ୍ତରୀଣ ଜଙ୍ଗଲ ମାନଙ୍କରେ ବେଆଇନ ଭାବରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଉଛି | କଣ୍ଟାମାଳ ଥାନା ପକ୍ଷରୁ ଆଜି ପ୍ରଥମ କରି ଏଭଳି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଆଗକୁ ଏଭଳି ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ପୋଲିସର ଏଭଳି ଅଭିଯାନକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ଗଞ୍ଜେଇ ଗଛ ନଷ୍ଟକୁ ନେଇ ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି | ସବୁଠୁ ବଡ଼ କଥା ଅବକାରୀ ବିଭାଗର ନିରବତା ଗଞ୍ଜେଇ ଚାଷର ପୃଷ୍ଠପୋଷକତା ନୁହେଁ ତ ?
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




