Country

ଯୋଗଜନ୍ମା ମହିଳା ମିନାକ୍ଷୀ ପାତ୍ର ଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା


ରଘୁନାଥପୁର ::- ମମତାମୟୀ, ସନ୍ତାନ ବତ୍ସଳା ଜନନୀ, ପରିବାରକୁ ଉନ୍ନତି ପଥେ ଆଗେଇନେବା ଗୃହଲକ୍ଷ୍ମୀ, ପତିବ୍ରତା ସ୍ୱାମୀ ଶୁହାଗିନୀ, ଶାଶୁଶ୍ୱଶୁର ଙ୍କ ଆଦରଣୀୟା କୁଳବଧୂ ଭାବେ ଜୀବନରେ ଅନେକ ଅବିସ୍ମରଣୀୟ କାର୍ଯ୍ୟର ସ୍ମୃତି ଛାଡ଼ିଦେଇ, ମିନାକ୍ଷୀ ପାତ୍ର ସିନା ଚାଲିଗଲେ ସ୍ୱର୍ଗଲୋକକୁ ! ଜଗତରେ ଛାଡିଯାଇଥିବା ସ୍ମୃତିକୁ ସାଉଣ୍ଟୁ ସାଉଣ୍ଟୁ ଜ୍ଞାତି ପରିବାର, ବନ୍ଧୁବାନ୍ଧବ ପ୍ରିୟ ପରିଜନ ଝୁରି ହେଉଛନ୍ତି ଏଗାରଦିନ ହେବ ! ଏକାଦଶାହ ଦିବସରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ରୋମନ୍ଥନ କରୁଛନ୍ତି ଅଭୁଲା ଦିନର ସ୍ମୃତିକୁ ! ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛାପଡା ପଞ୍ଚାୟତ ଅଧୀନ ଗାନାଇଲୋ ଗ୍ରାମର ସ୍ବର୍ଗତଃ ମିନାକ୍ଷୀ ପାତ୍ରଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଥିଲା ,କଟକ ବାରବାଟିକିଲ୍ଲା ସ୍ଥିତ , କଟକ କ୍ଲବ ପରିସରରେ ! ଏହି କାର୍ଯ୍ୟକ୍ରମରେ , ରାଜ୍ୟର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ , ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା । କଟକ ବାରବାଟୀ ର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ , ବିଧାୟକ ସୌଭାଗ୍ୟ କୁମାର ବିଶ୍ୱାଳ , ବିଧାୟକ ଅମର ଶତପଥୀ , କଟକ ମେୟର ସୁବାସ ଚନ୍ଦ୍ର ସିଂହ ରାଜ୍ୟ ଲୋକସେବା ମଣ୍ଡଳର ସଭାପତି ଡକ୍ଟର ନିରଞ୍ଜନ ରଥ , ରାଷ୍ଟ୍ରୀୟ ଲୋକସେବା ମଣ୍ଡଳର ସମ୍ପାଦକ ପ୍ରଭାସ କୁମାର ଆଚାର୍ଯ୍ୟ , ଡଃ ନିମାଇଁ ପରିଜା , ଡଃ ଗନ୍ଧର୍ବ ରାୟ , ଡଃ ନିରଞ୍ଜନ ତ୍ରିପାଠୀ , ଡଃ ନିରୋଦ ଗୋଚ୍ଛାୟତ , ଡଃ ଇନ୍ଦୁ ଭୂଷଣ କର , ଡଃ ଚିତ୍ତରଞ୍ଜନ ନାୟକ, ଡଃ କୃଷ୍ଣବଲ୍ଲଭ ଦାସ , ଡ଼ଃ ବି କେ କୁଅଁର , ଡଃ ରମେଶ ଚନ୍ଦ୍ର ଦାସ , ଡଃ ମନୋରଞ୍ଜନ ପଟ୍ଟନାୟକ, ଡଃ ହିମାଂଶୁ ମହାନ୍ତି , ପଣ୍ଡିତ ଜ୍ଞାନରଞ୍ଜନ ପଣ୍ଡା , ସମାଜ ସେବୀ ଅକ୍ଷୟ ମିଶ୍ର , ସାମ୍ୱାଦିକ ଦେବୁ ଚାଟାର୍ଜୀ, ସାମ୍ବାଦିକ ବିଜୟ ସ୍ୱାଇଁ , ଜ୍ଞାନ ମିଶ୍ର , ସାରଳାମନ୍ଦିର ପୂଜକ ଧରଣୀଧର ରାଉଳ , ସୁବାଷ ଚନ୍ଦ୍ର ମହାନ୍ତି , କଟକ ପ୍ରଜାପତି ଇଶ୍ଵରୀୟ ବିଦ୍ୟାଳୟ ର କର୍ମକର୍ତ୍ତା , ପଦ୍ମଶ୍ରୀ ବାବା ବଳିଆ ଙ୍କ ଆଶ୍ରମ ର ଅନ୍ତେବାସୀ , ଚାନ୍ଦିନୀଚଉକ ଯୋଗ ଆଶ୍ରମ ର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ , ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ନିମନ୍ତ୍ରିତ ଅତିଥି ମାନଙ୍କୁ ମା ଶାରଳା ଙ୍କ ଉତ୍ତରୀୟ ପ୍ରଦାନ କରି ଥିବାବେଳେ , ନିୟୁଲାଇଫ ଏକ୍ସ୍ରେ ର ପ୍ରତିଷ୍ଠାତା କ୍ଷୀତିସ ଚନ୍ଦ୍ର ପାତ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗିରିଜା ଶଙ୍କର ପାତ୍ର, କ୍ଷମା ପାତ୍ର , ଡଃ ବିଶ୍ୱଜିତ୍ ରାଉତ ଡଃ ରଶ୍ମିରଞ୍ଜନ , ଚିନ୍ମୟୀ , ରଶ୍ମିମୟୀ ଓ ସ୍ଵପ୍ନ ସରିତ୍ ପରିଡ଼ା ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ଏହି ଅବସରରେ ଖ୍ୟାତନାମା କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଶରୀରତତ୍ତ୍ୱ ଆଧାରିତ ଭକ୍ତିସଙ୍ଗୀତର ସୁରଝଙ୍କାର , ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ବାତାବରଣ ସୃଷ୍ଟି କରିଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button