Country

ଆଲୋକର ପର୍ବ ଦୀପାବଳି: ସବୁଠି ଉତ୍ସାହର ମାହୋଲ, ଦୀପ ଓ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଗାଁଠୁ ସହର

ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ। ସନ୍ଧ୍ୟାରୁ ଘର ସମ୍ମୁଖରେ ଦୀପ ଜଳୁଥିବାବେଳେ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଗାଁରୁ ସହର। ନୂଆ ପୋଷାକ ପିନ୍ଧି ଦୀପ ଜାଳି ଲୋକେ ବାଣ ଫୁଟାଉଛନ୍ତି। ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ବୋଲି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାବଳିର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।

 

ସନ୍ଧ୍ୟା ହେବା କ୍ଷଣି ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଦୀପ ଓ କ୍ୟାଣ୍ଡେଲରେ ଲୋକେ ଘରକୁ ସଜାଇଛନ୍ତି। ପିଠାପଣା ଓ ମିଠା ସାଙ୍ଗକୁ ବାଣ ଫୁଟାଇ ଦୀପାବଳି ଉତ୍ସବକୁ ପାଳନ କରୁଛନ୍ତି ସଭିଏଁ । ପବିତ୍ର ଦୀପାବଳି ଉପଲକ୍ଷେ ଆଜି ପୟା ଶ୍ରାଦ୍ଧ ରହିଥିଲା। ତେଣୁ ଏହି ଅବସରରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ବିଦାୟ ଦେଇଛନ୍ତି। କାଉଁରିଆ କାଉଁରିଆ କାଠିରେ ନିଆଁ ଲଗାଇ ବଡ଼ବଡୁଆ ଡାକ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button