Country
କୋଶଲ ମହାବନ୍ଦ ଆସନ୍ତା ୧୮ରେ, ଡାକରା ଦେଲା କୋଶଲ ସେନା


କଣ୍ଟାମାଳ, ୧୨/୧୧:(ପ୍ରଭାତ କୁମାର ସାହୁ) ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ମାନତ୍ୟ ଦାବୀରେ ଆସନ୍ତା ନଭେମ୍ବର ୧୮ ତାରିଖ ଶନିବାର ଦିନ ସକାଳ ୬ଘ.ରୁ ସଂଧ୍ୟା ୬ଘ.୧୨ ଘଣ୍ଟା ପାଇଁ ବନ୍ଦ ଡାକରା ଦେଇଛି କୋଶଲ ସେନା। କଣ୍ଟାମାଳ ସମଲେଶ୍ଵରୀ କୋଶଲ ସେନା ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ପଶ୍ଚିମ ଓଡ଼ିଶାକୁ କୋଶଲ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସମସ୍ତ ଅଧିବାସୀଙ୍କ ସହମତି ଲୋଡ଼ିଛନ୍ତି। ଉକ୍ତ ବନ୍ଦ ଡାକରାରେ ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ବନ୍ଦ, ସ୍କୁଲ କଲେଜ ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ବିଭିନ୍ନ ଅନୁଷ୍ଠାନକୁ ବନ୍ଦ କରାଇବାରେ ସହଯୋଗ ପାଇଁ ଅପିଲ କରିଛନ୍ତି। କେବଳ ସ୍ୱାସ୍ଥ୍ୟଜନିତ ସେବା, ସୁରକ୍ଷା ସେବା, ପେଟ୍ରୋଲ ପମ୍ପ ଗ୍ୟାସ ଆଦି ସେବା ବ୍ୟତିତ ସମସ୍ତ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି କୋଶଲ ସେନା।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




