Country

ଦୀପ …………………………………

ଦୀପଟିଏ ହେଲି ବୋଲି ପ୍ରଭୁ 

ଲାଗିଲି ତୁମ ସେବାରେ ।

ଦୀପଟିଏ ହୋଇ ଜଳୁଥିବି ନୀତି 

ତୁମରି ପାଦ ପୟରେ ।।

 

ମାଟିରେ ତିଆରି ହୋଇଛି ମୁଁ ପ୍ରଭୁ 

ନିଆଁରେ ହିଁ ପୋଡ଼ି ହେଲି

ନିଜେ ଜଳିଜଳି ଅନ୍ଧାରରେ ରହି

ସଭିଙ୍କୁ ଆଲୋକ ଦେଲି ।।

 

ତେଲଟି ହେଉଛି ମୋର ଅନ୍ତର

ସଳିତା ମୋହରି ଆତ୍ମା

ମାଟିର ଦୀପଟି ଅଟେ ମୋ ଶରୀର

ଗଢ଼ିଛ ହେ ପରମାତ୍ମା ।।

 

 

 ଜଳୁଥିବି ମୁହିଁ ଦୀପଟିଏ ହୋଇ 

ସବୁ ପର୍ବ ପର୍ବାଣୀରେ 

ସଭିଙ୍କ କାମନା ମନାସୁଥିବି ମୁଁ

ତୁମରି ଆଶ୍ରୀବାଦରେ ।।

 

କେଉଁ ଜନମର ଫଳ ମୁଁ ପାଇଛି 

 ଜାଣି ନ ପାରଇ ମୁହିଁ 

ନିଜକୁ ତୁମଠି ସମର୍ପି ଦେଉଛି    

ହେପ୍ରଭୁ ଜଗତ ସାଇ ।।

 

ହୃଦାନନ୍ଦ ମେହେର, ସାମ୍ବାଦିକ

ଲକ୍ଷ୍ମୀପ୍ରସାଦ (ନାରାୟଣ ନଗର), ବୌଦ୍ଧ

ମୋ-୮୨୬୦୮୩୮୨୬୦

Related Articles

Back to top button