Country

ସଂକୀର୍ତ୍ତନ ଗୁରୁ ବନମାଳୀ ସାହୁ ଙ୍କ ସ୍ମୃତିସଭାରେ ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଯୋଗଦାନ 

ତିର୍ତ୍ତୋଲ ::- “ମର୍ତ୍ତ୍ୟ ମଣ୍ଡଳେ ଦେହବହି ଦେବତା ହେଲେବି ମରଇ ” ତଥାପି ମଣିଷର କର୍ମ ମୃତ୍ୟୁ ପରେ ବି ମଣିଷକୁ ବଞ୍ଚେଇ ରଖିଥାଏ ! ସେହିପରି ବ୍ୟକ୍ତି ଥିଲେ ସ୍ବର୍ଗତଃ ବନମାଳୀ ସାହୁ ! ଆଞ୍ଚଳିକ ସଂକୀର୍ତ୍ତନ ଗୁରୁ ଭାବରେ ପ୍ରତିଟି ଆଧ୍ୟାତ୍ମିକ ବ୍ୟକ୍ତି ହୃଦୟରେ ଗୁରୁ ବନମାଳୀ ସାହୁଙ୍କ ଚରିତ୍ର ବାସ କରି ପାରିଛି! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ମୁଳିସିଂ ପଞ୍ଚାୟତ ଅନ୍ତର୍ଗତ ଓଲେଇପଡା ଗ୍ରାମରେ ବନମାଳୀ ସାହୁଙ୍କ ଜନ୍ମ !ଜଣେ ଅମାୟିକ ଭଦ୍ର, ନମ୍ର ସ୍ଵଭାଵ ଆଧ୍ୟାତ୍ମିକ ଚରିତ୍ର, ଧର୍ମପରାୟଣ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ! ଆଜି ତାଙ୍କର ଦେହାବସାନର ଏକାଦଶ ଦିବସ ଉପଲକ୍ଷେ ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଯୁଧିଷ୍ଠିର ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୈତାରି ସାହୁ,ଓଡିଶା ଉଚ୍ଚନ୍ୟାୟାଳୟର ଆଇନଜୀବି ବିଜୟ କୁମାର ସାହୁ , ଜଗତସିଂହପୁର ଜିଲ୍ଲା ଆଇନଜୀବି ସଙ୍ଘ ର ସଭାପତି ଦେବେନ୍ଦ୍ର କୁମାର ସ୍ୱାଇଁ, ସମ୍ପାଦକ ନରେଶ ଚନ୍ଦ୍ର ଦାସ , ବିଭୂତି ଭୂଷଣ ସାହୁ , ବିଜୟ କୁମାର ସାହୁ , ସୁଧୀର ଚନ୍ଦ୍ର ଖୁଣ୍ଟିଆ , ସୁବୋଧ ଚନ୍ଦ୍ର ଖୁଣ୍ଟିଆ , ଅମରଜ୍ୟୋତି ସାହୁ , ଅମୀୟ ରଞ୍ଜନ ସ୍ୱାଇଁ , ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ଓ ତ୍ରିଲୋଚନ ବେହେରା ପ୍ରମୁଖ ଆଇନଜୀବି ମାନେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସଫି ଆଜମ୍ , ପୁର୍ବତନ ସରପଞ୍ଚ ବିଜୟ ନାୟକ ଓ ଶାରଳା ସାହିତ୍ୟ ସଂସ୍କୃତି ମହିମା ପ୍ରଚାରକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ବନମାଳୀ ସାହୁଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସରସ୍ଵତୀ ସାହୁ , ସତ୍ୟବାଦୀ ସାହୁ , ବିଜୟଲକ୍ଷ୍ମୀ ସାହୁ, କଳ୍ପତରୁ ସାହୁ , ବିଭୂତି ଭୂଷଣ ସାହୁ ଏବଂ ଓମ୍ ପ୍ରକାଶ ସାହୁ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button