Country

ପଲିଥିନ କୁଡ଼ିଆ ସାହାରାରେ ମହାନନ୍ଦ ପରିବାର ଆବାସ ଯୋଜନାରୁ କଟିଲା ନାଆ, ନିରପେକ୍ଷ ତଦନ୍ତ ଦାବୀ

କଣ୍ଟାମାଳ,୧୦।୧୧(ପ୍ରଭାତ କୁମାର ସାହୁ): ଗରିବ ଓ ଭୂମିହୀନ ପରିବାରକୁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଘରଡିହ ଓ ଆବାସ ଗୃହ ଯୋଗାଇ ଦେଉଛନ୍ତି l କିନ୍ତୁ ଦୁଃଖର କଥା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୁଣ୍ଡୁରୁବାହାଲ ଗ୍ରାମର ଗୃହହୀନ ରବିଚନ ମହାନନ୍ଦ ସରକାରଙ୍କ ଏହି ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି l ଘରଡିହ ନଥିବା ସଂଗେ ମାତ୍ର କମ ଜମି ଥିବାରୁ ରବିଚନଙ୍କ ଓ ତାଙ୍କ ପତ୍ନୀ ରୂପକାନ୍ତି ବର୍ଷତମାମ୍ ମୁଲିଆ ଖଟିଥାନ୍ତି l ପାରିଶ୍ରମିକ ବାବଦରେ ଯାହା କିଛି ଅର୍ଥ ମିଳିଥାଏ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି l ଗାଁରେ କାମ ନମିଳିଲେ ଏପରିକି ବାହାରକୁ ଦାଦନ ଖଟି ଯିବାକୁ ବାଧ୍ୟ ହୋଇଥାନ୍ତି l ସରକାରୀ ସୁବିଧା କହିଲେ କେବଳ ରାସନ କାର୍ଡ ଖଣ୍ଡିଏ ରହିଛି l ଜମିବାଡ଼ି କିମ୍ବା ଘରଡ଼ିହ ନଥିବାରୁ ଆବାସ ଘର ଖଣ୍ଡିଏ ପାଇବା ତାଙ୍କପକ୍ଷେ ସାତସପନ ପାଲଟିଛି l ଭାଗ୍ୟକୁ ଆଦରି ଝାଟିମାଟିର ଗୋଟିଏ ପଲିଥିନ ଛାଉଣୀ କୁଡ଼ିଆ ଘରେ ଦୁହିପ୍ରାଣୀ ମୁଣ୍ଡ ଗୁଞ୍ଜି ଜୀବନ ଅତିବାହିତ କରୁଛନ୍ତି l ବିଧାତା ମଧ୍ୟ ଦାଉ ସାଧିଛି; ତାଙ୍କ କୋଳକୁ ଶୂନ୍ୟ କରିଦେଇଛି l ଏଭଳି ସ୍ଥିତିରେ ବହୁ ଦୁଃଖ ଓ କଷ୍ଟରେ ଜୀବନ ଜିଉଁଛନ୍ତି ଦମ୍ପତି l ଅନେକ ବର୍ଷ ହେଲା ଗୁହାରି କରି ଆସୁଛୁଁ l ଯେତେ କାକୁତି ମିନତି କଲେ ବି ସରକାର ଆମ କଥା ଶୁଣୁ ନାଇଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ରୂପକାନ୍ତି l ଏପରିକି ଗତଥର ନିଜ ନାଆରେ ଆବାସ ଗୃହ ଆସିଥିଲା କିନ୍ତୁ ସେମାନେ ବାଦନରେ ଯାଇଥିବାରୁ ଚଞ୍ଚକତା କରି ନାଆ କାଟିଦେଇଛନ୍ତି। ସେ ବାରମ୍ଵାର ସରପଞ୍ଚ , ବିଡିଓ ଓ ଜିଲ୍ଲାପାଳଙ୍କୁ ସମସ୍ତ ଦୁଃଖ ଜଣାଇଥିଲେ । ସୁଦ୍ଧା ଗରିବର ଦୁଃଖ କେହି ଶୁଣୁନାହାନ୍ତି। ତେଣୁ ପ୍ରଶାସନିକ ନିରପେକ୍ଷ ତଦନ୍ତ କରି ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଜମି ଓ ଘରଡିହ ଯୋଗାଇ ଦେବା ସହିତ ଆବାସଗୃହ ଯୋଗାଇ ଦେବାକୁ ଦାବି ହେଉଛି l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button