Country

ବିରାଟ କଳସ ଶୋଭାଯାତ୍ରା ରୁ ଆରମ୍ଭ ହେଲା କଲରାକୋଠା କାଳୀପୂଜା

କଣ୍ଟାମାଳ, ତା୧୧/୧୧:(ପ୍ରଭାତ କୁମାର ସାହୁ) କଣ୍ଟାମାଳ ବ୍ଲକ କଲରା କୋଠା ସ୍ଥିତ ୟୁଥ ଫ୍ରେଣ୍ଡସ ଆସୋସିଏସନ ତରଫରୁ ଆୟୋଜିତ ୩୫ତମ ସାର୍ବଜନୀନ ମା’ଶ୍ୟାମା କାଳୀପୂଜା ଅବସରରେ ଆଜି ସକାଳୁ ମହିଳା ଭକ୍ତଙ୍କୁ ନେଇ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ଶହଶ୍ରାଧିକ ମହିଳାଙ୍କ ସହ ଯଜ୍ଞକର୍ତ୍ତା ହରିଶ୍ଚନ୍ଦ୍ର ରଣା ସସ୍ତ୍ରିକ ପୂଜା କଳସ ଧରି ଦୂଲଦୁଲି,ଘଣ୍ଟ ଘାଣ୍ଟୁଆଳ, ଢୋଲ ମହୁରୀ, ନାମସଂକୀର୍ତ୍ତନ ଦଳ ସହ ଏକ ବିରାଟ ଶୋଭାଯାତ୍ରା ରେ ନିକଟସ୍ଥ ବ୍ଲକଛକ ପୋଖରୀକୁ ଯାଇଥିଲେ l

ସେଠାରେ ପୂଜକ ସୁବାସ ରଥଙ୍କ ଦ୍ୱାରା ରୀତିନୀତିରେ ପୂଜାର୍ଚ୍ଚନା ପରେ ମହିଳାମାନେ ଜଳ ପୂର୍ଣ୍ଣକଳସରେ ଧରି ଶୋଭାଯାତ୍ରାରେ ଆସି ଗ୍ରାମ୍ୟ ପରିକ୍ରମା ପରେ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ହରିନାମ ଓ ଢୋଲ,ଘଣ୍ଟ ଘାଣ୍ଟୁଆଳ ଶବ୍ଦରେ ରାଜରାସ୍ତା ମୁଖରିତ ହୋଇଥିଲା l କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଣା,କୋଷାଧ୍ୟକ୍ଷ ସମେତ କମିଟିର ସମସ୍ତ କର୍ମକର୍ତ୍ତା ଶୋଭାଯାତ୍ରାକୁ ପରିଚାଳନା କରିଥିଲେ l ଆଜିଠୁ ଛଅଦିନ ଧରି ଚାଲିବାକୁଥିବା ପୂଜା ଉପଲକ୍ଷେ ପ୍ରତିଦିନ ସଂନ୍ଧ୍ୟାରେ ମହିଷାସୁର ଦରବାର ଚାଲିବ l ଦରବାରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳିତବର୍ଷ (ପଶ୍ଚିମବଙ୍ଗ) କଲିକତାର ଡ୍ୟାନ୍ସ ଧମାକା ବିଶେଷ ଆକର୍ଷଣ ରହିବ l ଏଥିସହ ମିନlବଜାର, ବିଦ୍ୟୁତ ଦୋଳି, ମିନିଟ୍ରେନ,ଫାଷ୍ଟଫୁଡ, ଜଳଖିଆ, ଚାଟ, ଯାଦୁଘର, ଚଟପଟି ସୁସ୍ୱାଦୁ ଖାଦ୍ୟ ସମେତ ବିଭିନ୍ନ ପ୍ରକାର ଦୋକାନ ବଜାର ବୁଲି ମଜାଉଠାଇବାର ସୁଯୋଗ ମିଳିବ ବୋଲି ପ୍ରକାଶ କରିଛନ୍ତି ପୂଜା କମିଟୀ ସଭାପତି ଶ୍ରୀ ସାହୁ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button