ମତେ ଲାଗୁନି କି ମୋ ବୋଉ ଏଗାରଦିନ ହେଇଗଲା ଆମ ମଧ୍ୟରେ ନାହିଁ


ତିର୍ତ୍ତୋଲ –::ସ୍ୱାମୀ ଖୋଜୁଛି ସ୍ତ୍ରୀକୁ, ମାଳତୀ ଗଲୁ କୁଆଡେ ? ଦୁଇ ପୁଅ ଝୁରୁଛନ୍ତି, ବୋଉ ସତରେ କଣ ତୁ ଆମକୁ ଛାଡି ଚାଲିଗଲୁ ? ନାତୁଣୀ ନାତି ମନେ ପକାଉଛନ୍ତି ଆମେ କାହାସଙ୍ଗରେ ଥଟ୍ଟା ହେବୁ ??? ଲୁହ ଛଳଛଳ ଆଖିରେ ପୁଅମାନେ କହୁଛନ୍ତି ଆମକୁ ଲାଗୁନି କି ଏଗାରଦିନ ହେବ ମୋ ବୋଉ ଆମ ମଧ୍ୟରେ ନାହିଁ ! ବାପା, ବୋଉ, ଭାଇ ବନ୍ଧୁ ଏସବୁ ପାରିବାରିକ ମାୟା! ଏହି ମାୟାଡୋରୀକୁ କାଟି ସମସ୍ତଙ୍କୁ ଦିନେନାଦିନେ ଯିବାକୁ ପଡିବ ! ଯେମିତି ଚାଲିଯାଇଛନ୍ତି ମାଳତୀଲତା ମହାନ୍ତି !ଏତେ ଭଲ ଲୋକ ଥିଲେ ଯେ ଗାଁ ଟା ଯାକ ଲୋକ ଶେଷଦର୍ଶନ ପାଇଁ ଧାଡି ଲାଗିଗଲେ ! ଏକାନରୁ ଖବର ସେକାନକୁ ଯାଇ ପହଁଚିଲା ପଞ୍ଚାୟତରେ ! ଦୁଃଖରେ ମ୍ରିୟମାଣ ସମସ୍ତେ ! ଧର୍ମପରାୟଣ ମହିଳା ଏତେ ଶୀଘ୍ର ପରିବାର, ବନ୍ଧୁ ବାନ୍ଧବ, ସାଥି ସହୋଦରଙ୍କୁ ଶୋକ ସାଗରରେ ଭସାଇଦେଇ ଆରପାରିକି ଚାଲିଯିବେ ବୋଲି କେହିବି ବିଶ୍ୱାସ କରି ନଥିଲେ ! ଆଜି ତାଙ୍କର ଏକାଦଶତମ ସ୍ବର୍ଗବାସ ଦିବସ ! ଏହି ଉପଲକ୍ଷେ ଅତିଥି ଅଭ୍ୟାଗତ ମାନଙ୍କୁ ଡକାଇ ଆୟୋଜନ କରାଯାଇଛି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ତେନ୍ତୁଳିପଦା ପଞ୍ଚାୟତର ଦଣ୍ଡମିର ଗ୍ରାମରେ ସ୍ବର୍ଗତଃ ମାଳତୀଲତା ଙ୍କ ଶାଶୁଘର ! ସ୍ୱାମୀ ନିରୋଦ ମହାନ୍ତି, ବଡପୁଅ ନିକୁଞ୍ଜ କିଶୋର ମହାନ୍ତି, ସାନ ପୁଅ ନିହାର ରଞ୍ଜନ ମହାନ୍ତି ଓ ନାତି ନାତୁଣୀଙ୍କୁ ନେଇ ସୁଖୀ ପରିବାର ! ମାଳତୀଲତା ଙ୍କ ମୃତ୍ୟୁକୁ ଭୁଲି ପାରୁନାହାନ୍ତି ପରିବାର ଜନ !

ସ୍ମୃତିଚାରଣ କରୁକରୁ କୋହ ଗଦଗଦ ହୋଇ କାନ୍ଦି ଉଠୁଛନ୍ତି !ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ ଭଗବତଗୀତା ଶ୍ଳୋକ ପଠନ ପୂର୍ବକ ସଭାରମ୍ଭ କରିଥିବା ବେଳେ, ଶିକ୍ଷକ ଧର୍ମାନନ୍ଦ ମଲ୍ଲିକଙ୍କ ସମେତ ଅନେକ ବ୍ୟକ୍ତି ସ୍ମୃତିକବିତା ପାଠ କରିଥିଲେ !ସାମ୍ବାଦିକ ସୁରକ୍ଷା ସମିତି ସଭାପତି ଶରତ କୁମାର ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ ଭାଗବତ ପ୍ରସାଦ, କୋଷାଧକ୍ଷ କୈଳାସ ବେହେରା, ଶିକ୍ଷକ ସୁରେନ୍ଦ୍ର ବାରିକ ସମେତ ବହୁ ଶିକ୍ଷକ, ରାଜନେତା, ଲୋକପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହିତ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ! ସାନ ପୁଅ ନିହାର ଅତିଥି ଚର୍ଚ୍ଚା କରୁଥିବାବେଳେ ଅନ୍ୟାନ୍ୟ ଦାୟିତ୍ୱ ବଡପୁଅ ସୁଚାରୁରୂପେ ବୁଝିବାରେ ସହାୟକ ଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




