Country

ପୁର୍ବ ଶତ୍ରୁତାରୁ ଯୁବତୀ ଙ୍କୁ ମରଣାନ୍ତକ ଆକ୍ରମଣ

ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟ ଠାରେ ଯୁବତୀ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତେବେ ଯୁବତୀ ଜଣଙ୍କ ହେଲେ ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ଗ୍ରାମର ସୋନି ରାଉତ।ଗତ ୬ମାସ ତଳେ ସୋନି ଙ୍କ ଭାଇକୁ ହତ୍ୟା କରାଯାଇଥିବା ପରିବାର ତରଫରୁ ଅଭିଯୋଗ ହୋଇଥିଲା।ଗତକାଲି ପୋଲିସ ସାକ୍ଷ୍ୟ ଗ୍ରହଣ କରୁଥିବା ବେଳେ ପୋଲିସ ଉପସ୍ଥିତରେ କିଛି ଲୋକ ତାଙ୍କୁ ଧମକ ଦେଇଥିଲେ। ଆଜି ସନ୍ଧ୍ୟା ରେ ଯୁବତୀ ଜଣଙ୍କ ନିଜ କାମ ସାରି ଚୌଦକୁଲାଟ ରାସ୍ତାରେ ଏକୁଟିଆ ଯାଉଥିବା ବେଳେ ହଠାତ ୪ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ।ଏକ ଲୁହା ରଡ଼ ସାହାଯ୍ୟ ରେ ଆକ୍ରମଣ କରିଥିବାରୁ ତାଙ୍କ ହାତ ରେ ଗୁରୁତର ଆଘାତ ହୋଇଛ।ପ୍ରଥମେ ଅଣ୍ଢରା ମେଡିକାଲ ଓ ପରେ ପଟ୍ଟାମୁଣ୍ଡାଇ ମେଡିକାଲ କୁ ନିଆ ଯାଇଥିଲା।ଏନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ହେଲେ ଆକ୍ରମଣ କରିଥିବା ଯୁବକ ୪ ଜଣ କିଏ କାହିଁକି ଆକ୍ରମଣ କଲେ।ଏହା ପୁର୍ବ ଶତ୍ରୁତା ନା ଆଉ ଅନ୍ୟକିଛି ତାହା ଏବେ ସାଧାରଣ ରେ ଲୋକେ ନିଜ କୁ ଅସୁରକ୍ଷିତ ମଣି ଲେଣି ସେପଟେ ଫାଣ୍ଡି ଉକ୍ତ ଅଞ୍ଚଳ ରେ ରହିଥିଲେ ମଧ୍ୟ ଆତଙ୍କ ଓ ଗୁଣ୍ଡା ରାଜ ଭଳି ଘଟଣା ପ୍ରତି ସନ୍ଦେହ ସୃଷ୍ଟିକରିଛି। ଚଉଦକୁଲାଟ ଫାଣ୍ଡି ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଦକ୍ଷ ପୋଲିସ ଅଧିକାରୀମାନେ କେତେ ଶିଘ୍ର ଆକ୍ରମଣକାରୀ ଙ୍କୁ ଧରୁଛନ୍ତି ତାହା କେବଳ ଚ୍ୟାଲେଞ୍ଚ ହୋଇଗଲାଣି ବୋଲି ସ୍ଥାନୀୟ ଲୋକ ଙ୍କ ମଧ୍ୟରେ ଏକ ପ୍ରକାର ଚର୍ଚ୍ଚା ଖୋରାକି ଯୋଗାଇ ଦେଖବା ଭଳି ଘଟଣା ଟି ଘଟି ଯାଇଛି, l

 

କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ସମର୍ଥ ନିୟୁଜ )

Related Articles

Back to top button