ଦର୍ପଣି ଗଡକୁ ଫେରିଲା ଗଡ଼ଚଣ୍ଡି ମା କୋଟରାକ୍ଷୀ ଦେବୀଙ୍କ ଅଷ୍ଟଧାତୁ ପ୍ରତିମୂର୍ତ୍ତି।


ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣୀ ଗଡ ର ଗ୍ରାମ ଦେବତୀ ମା ଗଡ଼ଚଣ୍ଡି ହେଉଛନ୍ତି କୋଟରାକ୍ଷୀ ଦେବୀ । ଗତ ୨୦୨୧ ମସିହା ଜାନୁଆରୀ ୧୧ ତାରିଖ ରେ ମାଆ ଅଷ୍ଟ ଧାତୁ ମୂର୍ତ୍ତି କୁ ଚୋରୀ କରିନେଇ ଥିଲେ, ଦେବୀ ଙ୍କ ମୂର୍ତ୍ତି ଚୋରୀ ହେବା ର କିଛି ଦିନ ପରେ ବିଦେଶକୁ ଚାଲାଣ ହେବା ପାଇଁ ଯାଇ ଥିବା ବେଳେ ଦିଲ୍ଲୀ ର ଏୟାର ପୋର୍ଟ ରେ କଷ୍ଟମ ବିଭାଗ ଦ୍ଵାରା ଜବତ ହୋଇ ଥିଲା। ଦେବୀ ଙ୍କ ମୂର୍ତ୍ତି ଚିହ୍ନଟ ହେବା ପରେ ମୂର୍ତ୍ତି ଫେରାଇ ଆଣିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ନିର୍ମଳା ସୀତା ରମଣ ଙ୍କୁ ଚିଠି ଲେଖି ଅନୁରୋଧ କରିଥଲେ। ଦିଲ୍ଲୀରେ DSP ପ୍ରମୋଦ ମଲ୍ଲିକ ଓ ଗାଁରୁ ଯାଇଥିବା ପ୍ରତିନିଧି ଦଳକୁ ହସ୍ତାନ୍ତର କରାଯାଇ ଥିଲା। ପରେ ଆଜି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ପରିସର କୁ ଅଣାଯାଇ ସେଠାରେ ପୂଜାର୍ଚ୍ଚନା କରାଯାଇ ଏକ ବିଶାଳ ଶୋଭାଯାତ୍ରା ରେ ଦର୍ପଣ ଗ୍ରାମ କୁ ନିଆ ଯାଇଛି। ଏହି ଶୋଭାଯାତ୍ରା ରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ସ୍ଥାନୀୟ ମହିଳା, ଲୋକ ପ୍ରତିନିଧି, ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇ ଥିବା ବେଳେ ସ୍ଥାନୀୟ ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ବାରିବେଶ ସୃଷ୍ଟି ହୋଇଛି।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




