Country

୫କେଜି ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ 

କଣ୍ଟାମାଳ, ୧୦।୧୧: (ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ମନମୁଣ୍ଡା ଥାନା ଅଧିନ ଶଗଡ଼ା ଫାଣ୍ଡି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ସହ ଏକ ବାଇକ୍ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ଜଣେ ଚୋରା ଚାଲାଣକାରୀକୁ ଗିରଫ କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମନମୁଣ୍ଡା ଥାନା ଅଧିନ ଶଗଡା ଫାଣ୍ଡି ପୋଲିସ ଶଗଡା ପଞ୍ଚାୟତର ମାଳତୀଗୋଛାପଡ଼ା ଗ୍ରାମ ବ୍ରିଜ ନିକଟରେ ଚଢ଼ାଉ କରିଥିଲା | ଜଣେ ଯୁବକ ବାଇକରେ ଆସୁଥିବା ବେଳେ ସନ୍ଦେହରେ ପୋଲିସ ତାକୁ ଅଟକାଇ ଥିଲା | ତଦନ୍ତ ପରେ ବାଇକରେ ଗଞ୍ଜେଇ ଥିବା ଜାଣି ପାରିଥିଲା | ପୋଲିସ ଘଟଣା ସ୍ଥଳରୁ ଏକ ହିରୋ ଏଚଏଫ୍ ଡିଲକ୍ସ ବାଇକ୍ ( ଓଡ଼ି ୧୨ସି ୧୫୨୪) , ଗଞ୍ଜେଇ ସହ ଜଣେ ଯୁବକଙ୍କୁ ଥାନାକୁ ଆଣିଥିଲେ | ଜବତ ଗଞ୍ଜେଇର ପରିମାଣ ୫କେଜି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି | ଗିରଫ ଯୁବକ ଜଣକ ହେଲେ ମନମୁଣ୍ଡା ଥାନା କହଁରପଡ଼ା ଗ୍ରାମର ନିରଞ୍ଜନ ଦନ୍ତା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ଏ ସଂକ୍ରାନ୍ତରେ ମନମୁଣ୍ଡା ଥାନାରେ ୨୬୫/୨୩ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ଥିବା ବେଳେ ଗିରଫ ଯୁବକ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଥାନାଧିକାରୀ ଆଇଆଇସି ଭାବାନନ୍ଦ ପ୍ରଧାନ |

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button