Country

ତବଡ଼ା ଗ୍ରାମରେ ମାନସିକ ବିକୃତ ଅଜଣା ମହିଳାଙ୍କ ମୃତ୍ୟୁ, ମାନବିକତା ହରାଇଲେ ଗ୍ରାମବାସୀ

କଣ୍ଟାମାଳ, ୧୦/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧିନ ତବଡ଼ା ଗ୍ରାମରେ ଜଣେ ମାନସିକ ବିକୃତ ମହିଳାଙ୍କ ମୃତ୍ୟୁ ହୋଇଥିବା ଘଣ୍ଟାପଡ଼ା ପୋଲିସ ସୂତ୍ରରୁ ପ୍ରକାଶ। ସୂଚନାମତେ ଗତ ୫/୬ ଦିନ ହେଲା ଉକ୍ତ ମହିଳା ( ପ୍ରାୟ ୪୫ ବର୍ଷ) ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ତବଡ଼ା ଗ୍ରାମର ଆଖ ପାଖରେ ବୁଲୁଥିଲା। ଗତ ୩ ଦିନ ହେଲା ଦୁର୍ବଳ ହେତୁ ଗୋଟିଏ ବିଲରେ ଖସି ପଡ଼ିଥିଲା। ସେ ଆଉ ଉଠିନପାରି ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦୃଶ୍ୟ ଗ୍ରାମର ଲୋକେ ଦେଖୁଥିଲେ ସୁଦ୍ଧା କେହି ସାହାଯ୍ୟ କିମ୍ଵା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ବାହାରିନଥିଲେ କି ପଞ୍ଚାୟତ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲା। ଫଳରେ ଆଜି ଦିନ ପ୍ରାୟ ୧୨ଟାରେ ତାର ମୃତ୍ୟୁ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜଣେ ସାମାଜିକ କର୍ମୀଙ୍କଠାରୁ ଘଣ୍ଟାପଡ଼ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଖବର ଲେଖା ହେବା ବେଳକୁ ଶବ୍ଦ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସଂଧ୍ୟା ୮ ଘ୩୦ମି. ମଧ୍ୟରେ ଶବବାହକ ଗାଡିରେ ନେଉଥିବା ଘଣ୍ଟାପଡ଼ା ଥାନାର ତଦନ୍ତ ଅଧିକାରୀ ଏସ୍‌.ଆଇ ବିଶ୍ଵାମିତ୍ର ଲୋଇଙ୍କଠାରୁ ପ୍ରକାଶ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button