ଚେଳିତୋଳ ବାଲିଯାତ୍ରା ପାଇଁ ଭୂମିପୂଜନ କଲେ ତିର୍ତ୍ତୋଲ ବିଧାୟକ


ତିର୍ତ୍ତୋଲ ::-ବହୁ ପ୍ରତୀକ୍ଷାର ହେଇଛି ଅନ୍ତ !ଚେଳିତୋଳ ବାଲିଯାତ୍ରାର ଆୟୋଜନ ହେଲା ଭୂମି ପୂଜନ,!ଡେରିରେ ହେଲେବି ବାଲିଯାତ୍ରାର ପ୍ରସ୍ତୁତି ବୈଠକ ପରେ ପରେ ପୁଣ୍ୟତୋୟା ମହାନଦୀ ବେଳାଭୂମି ଗୋପିଆକୁଦ ଠାରେ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ବାଲିଯାତ୍ରା ର ଭୂମିପୂଜା ।ବିଧାୟକ ଶ୍ରୀ ଦାସ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଆଣି ଆସିବା ପରେ ,ପଣ୍ଡିତ ଶିଶିର କୁମାର ପଣ୍ଡା ଙ୍କ ପୌରହିତ୍ୟ ରେ ଓ ପଣ୍ଡିତ ଅଭୟ କୁମାର ଦାଶ ଙ୍କ ସହାୟତା ରେ ସଂକଳ୍ପ ଓ ହୋମଯଜ୍ଞ କରାଯାଇ ଭୂମିପୂଜନ କରାଯାଇଥିଲା ।ଏହି କର୍ଯ୍ୟକ୍ରମରେ ପୁର୍ବତନ ଆତ୍ମା ଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର , ତିର୍ତ୍ତୋଲ କୁମାରୋତ୍ସବ ସମିତିର ସଭାପତି ବିମଳକାନ୍ତ ମହାପାତ୍ର , ତିର୍ତ୍ତୋଲ ବ୍ଲକ ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ , ସମିତି ସଭ୍ୟ ପ୍ରବୀର ରାୟ , ଯଶୋବନ୍ତ ରାଉତ , ଦେବେନ୍ଦ୍ର କୁମାର ଲେଙ୍କା , ରୋଜାଲିନୀ ଜେନା , ରବିନାରାୟଣ କର , ଦେବୀପ୍ରସାଦ ମହାପାତ୍ର , ବିଜୟ ନାୟକ , ଖୋକନ ରାୟ , ଅଶ୍ଵିନୀ କୁମାର ବିଶ୍ଵାଳ ଓ ଇଞ୍ଜିନିୟର ସୁମିତ ଦାସ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି , ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା। ଗତ ବର୍ଷ ଠାରୁ ଏବର୍ଷ ର ବାଲିଯାତ୍ରା ଉତ୍ସବ ଅଧିକ ଆକର୍ଷଣୀୟ ହେବ ବୋଲି ବିଧାୟକ ମହୋଦୟ କହୁଥିବା ବେଳେ ଦେଖିବାକୁ ବାକିରହିଲା ଯେ , ଚେଳିତୋଳ ବାଲିଯାତ୍ରା ର ମାହୋଲ ରହୁଛି କିପରି ??? ପୂର୍ବବର୍ଷ ଭଳି ଚେଳିତୋଳ ବାଲିଯାତ୍ରାର ପ୍ରତି ସନ୍ଧ୍ୟାର ଖବର ଜାଣିବାକୁ ଆମ ନ୍ୟୁଜ କୁ ଅନୁସନ୍ଧାନ କରିବାକୁ ଅନୁରୋଧ କରୁଛୁ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




