Education

ବୌଦ୍ଧ ବ୍ଲକ ସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ।


ବୌଦ୍ଧ-୧୦-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଏକ ମାସିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରାଜଲକ୍ଷ୍ମୀ ସ୍ବାଇଁଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ବ୍ଲକ ବିଇଓ ଉପେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଅବସରରେ ବୌଦ୍ଧ ବ୍ଲକ ଏବିଇଓ

କମଳକାନ୍ତ ଦଳ ବେହେରା ଓ ସ୍ୱରାଜ କହଁର ପ୍ରମୁଖ ଯୋଗ ଦେଇ ପାଠ ପଢାର ମିଶନ ଏ-୧ ଏବଂ ଇକୋ କ୍ଲବ ପରିଚାଳନା ସମ୍ପର୍କରେ ଅବଗତ କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ସାଇକେଲ ବଣ୍ଟନ ତଥା ଷ୍ଟିକରିଂ ଓ ହାଉସ ସିଷ୍ଟମ ପରିଚାଳନା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ବୌଦ୍ଧ ବ୍ଲକର ୨୫ଟି ହାଇସ୍କୁଲରୁ ୨୫ ଜଣ ପ୍ରଧାନ ଶିକ୍ଷକ ଯୋଗ ଦେଇ ଡିଜିଟାଲ ଲାଇବ୍ରେରୀ, ବିଜ୍ଞାନଗାର, ଶ୍ରେଣୀ କକ୍ଷ ଆଦି ପରିଦର୍ଶନ କରିବା ସହ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଗଣିତ ଓ ବିଜ୍ଞାନ ମେଳା ଆୟୋଜନ ନେଇ ବିଷଦ ଆଲୋଚନା କରିଥିଲେ। ଶେଷରେ ଜଗତି ହାଇସ୍କୁଲ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।


ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button